ରାଜଧାନୀରେ ପୁଣି ହିଟ ଆଣ୍ଡ ରନ, ବୃଦ୍ଧ ଗୁରୁତର
ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଏବେ ପାଦ ଥାପିବାକୁ ଲାଗୁଛି ଭୟ । ବେପରୁୱା ଗାଡି ଚାଳନା ସାଙ୍ଗକୁ ଦିନକୁ ଦିନ ବଢି ଚାଲିଛି ହିଟ ଆଣ୍ଡ ରନ ମାମଲା । ପଥଚାରୀଙ୍କ ଜୀବନ ନେବାକୁ ପଛାଉନାହାନ୍ତି ଅମାନିଆ । ଆଜି ସେହିପରି କାର ଧକ୍କାରେ ଜଣେ ୫୦ ବର୍ଷୀୟ ବୃଦ୍ଧ ଗୁରୁତର ହୋଇଛନ୍ତି । ମିଠା କିଣି ରାସ୍ତା ପାର ହେଉଥିବାବେଳେ ଧକ୍କା ଦେଇ ପଲାଇଛି କାର । ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ । ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।