କୁହୁଡ଼ି ଲବଣ ସତ୍ୟାଗ୍ରହ ପୀଠ ଅବହେଳିତ

Oct 02, 2026 - 17:25
କୁହୁଡ଼ି ଲବଣ ସତ୍ୟାଗ୍ରହ ପୀଠ ଅବହେଳିତ

ପୁରୀ : ଅବହେଳିତ ଐତିହାସିକ ଲବଣ ସତ୍ୟାଗ୍ରହ ସ୍ମୃତିପୀଠ କୁହୁଡ଼ି। ପ୍ରଶାସନିକ ଉଦାସୀନତାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କ ୫ କୋଟି ଘୋଷଣା କେବଳ ଫାଇଲରେ ରହିଯାଇଛି। ନା ଅଛି ଇଣ୍ଟରପ୍ରିଟେସନ ସେଣ୍ଟର, ନା ଅଛି ମ୍ୟୁଜିୟମ। ନା ପର୍ଯ୍ୟଟକଙ୍କ ପାଇଁ ସେଡ୍, ନା ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା। ଚାରିପଟେ ଅନାବନା ଘାସ ଉଠିଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ କୁହୁଡିରେ ମେ ୨୧ରେ ହଜାର ହଜାର ସତ୍ୟାଗ୍ରହୀ ଲୁଣ ତିଆରି କରିଥିଲେ। ସେଥିପାଇଁ କୁହୁଡି ହେଉଛି ଅନ୍ୟତମ ପ୍ରମୁଖ ପୀଠ। ହେଲେ ସ୍ୱାଧୀନତାର ୮୦ବର୍ଷ ପରେ ବି ଏଠି ଗୋଟିଏ ଛୋଟ ଘର ଛଡା କିଛି ନାହିଁ। ଘର ଭିତରେ ଧୂଳିରେ ଗାନ୍ଧୀ-ଗୋପବନ୍ଧୁ, ବାହାରେ ନୂଆ କରି କେବଳ ନୀଳକଣ୍ଠ ଦାସଙ୍କ ମୂର୍ତ୍ତି ରହିଛି। ୨୦୨୫ ମେ ୨୧ରେ କୁହୁଡ଼ିରେ ୯୫ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୫କୋଟି ଅନୁମୋଦନ ପାଇଁ ଘୋଷଣା କରିଥିଲେ। ହେଲେ ଘୋଷଣା କେବଳ ଘୋଷଣାରେ ରହିଗଲା। ଏଯାଏଁ ଇଟା ଖଣ୍ଡେ ବି ପଡିଲାନି। ସେପଟେ ଜମି ଚିହ୍ନଟ କରାଯାଇ ତୁରନ୍ତ କାମ ଆରମ୍ଭ ହେବ ବୋଲି ତହସିଲଦାର କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।