ଛେଣ୍ଡିପଦାରେ ନାହିଁ ବସଷ୍ଟାଣ୍ଡ, ହନ୍ତସନ୍ତ ଯାତ୍ରୀ

Oct 02, 2026 - 17:25
ଛେଣ୍ଡିପଦାରେ ନାହିଁ ବସଷ୍ଟାଣ୍ଡ, ହନ୍ତସନ୍ତ ଯାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ନାହିଁ ବସଷ୍ଟାଣ୍ଡ । ହନ୍ତସନ୍ତ ଯାତ୍ରୀ । ନା ଅଛି ବିଶ୍ରାମାଗାର ନା ପାନୀୟ ଜଳ ବ୍ୟବସ୍ଥା। ଚିହ୍ନଟ ହୋଇପାରୁନି ଜାଗା । ନିର୍ମାଣ ହୋଇପାରୁନି ନୂତନ ବସଷ୍ଟାଣ୍ଡ । ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରୁଛନ୍ତି ଯାତ୍ରୀ । ଶୌଚାଳୟ ନଥିବାରୁ ଯାତ୍ରୀଙ୍କଠୁ ଆରମ୍ଭ କରି ଛାତ୍ରଛାତ୍ରୀ ଭୋଗୁଛନ୍ତି ସମସ୍ୟା। ଏହି ଅଞ୍ଚଳ ଦେଇ ପ୍ରତିଦିନ ବିଭିନ୍ନ ଜିଲ୍ଲାକୁ ବସ ଚଳାଚଳ କରିଥାଏ। ବସଷ୍ଟାଣ୍ଡ ନଥିବାରୁ ବସ ରାଜପଥ ଉପରେ ଛିଡା ହେଉଥିବାବେଳେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି । ୨୦୧୮ରେ ପୂର୍ବ ସରକାର ପ୍ରତ୍ୟେକ ବ୍ଲକରେ ମଡେଲ ବସଷ୍ଟାଣ୍ଡ ଘୋଷଣା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନର ଅପାରଗତା ଯୋଗୁଁ ନିର୍ମାଣ ହୋଇ ପାରିଲାନାହିଁ ନୂତନ ବସଷ୍ଟାଣ୍ଡ । ୨୦୧୮ ମସିହାରେ ନୂତନ ବସଷ୍ଟାଣ୍ଡ ପାଇଁ ତହସିଲ ପକ୍ଷରୁ ଦମକଳ କାର୍ଯ୍ୟାଳୟ ନିକଟରେ ଜମି ଯୋଗାଇ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ସ୍ଥାନ ପରିବର୍ତ୍ତନ କରି ଥାନା ଛକ ନିକଟରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସରକାର ବଦଳିବା ପରେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିନି। ନୂତନ ବସ ଷ୍ଟାଣ୍ଡ ପାଇଁ ପ୍ରଶାସନ ଜମି ଯୋଗାଇ ପାରୁ ନଥିବାରୁ ଅଟକିଛି ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ। ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।