କୋଟିଆରେ ୭ ପ୍ଲାଟୁନ ପୋଲିସ ମୁତୟନ

Nov 03, 2026 - 15:11
କୋଟିଆରେ ୭ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ : ପୁଣି ତେଜିଲା କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ସୀମା ବିବାଦ ଇ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ଘୋଷଣା ଏବଂ ଅନୁପ୍ରବେଶକୁ କେନ୍ଦ୍ର କରି ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି । ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୋଲିସ ବ୍ୟାରିକେଡ୍‌ କରିଥିବା ବେଳେ ଏହାକୁ ଆନ୍ଧ୍ର ପୋଲିସ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ନେରିଡ଼ିୱାଲସାରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ପହଞ୍ଚିଛନ୍ତି କୋରାପୁଟ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ । ଆନ୍ଧ୍ର ପକ୍ଷରୁ କରାଯାଉଥିବା ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଯେପରି ଭୋଟ ନଦିଅନ୍ତି, ସେଥିପାଇଁ ଓଡ଼ିଶା ପ୍ରଶାସନ ତରଫରୁ ବ୍ୟାପକ ସଚେତନତା ଓ ପ୍ରସ୍ତୁତି କରାଯାଉଛି ।

ଓଡ଼ିଶା ପୋଲିସ ପକ୍ଷରୁ ପୋଷ୍ଟ ସ୍ଥାପନ ହେବାର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ର ସରକାର ମଧ୍ୟ ନିଜର ପୋଲିସ ଫୋର୍ସ ମୁତୟନ କରି ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।