‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ବିଜେପିର ଦେଶବ୍ୟାପୀ ଆନ୍ଦୋଳନ

Nov 03, 2026 - 15:11
‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ବିଜେପିର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: ‘ଭୋଟ୍ ଚୋରି’ ଅଭିଯୋଗକୁ ନେଇ ବିରୋଧୀ ଦଳଗୁଡ଼ିକୁ ଘେରିବା ପାଇଁ ମଙ୍ଗଳବାର ଦେଶର ବିଭିନ୍ନ ରାଜ୍ୟରେ ରାଲି, ସାଧାରଣ ସଭା ଓ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରୁଛି ବିଜେପି। ‘ଲୋକତନ୍ତ୍ର ବଚାଓ, ଅରାଜକତା ହଟାଓ’ ଅଭିଯାନ ଅଧୀନରେ ବିଜେପି ସହ ଏହାର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏହି କାର୍ଯ୍ୟକ୍ରମ କରିବ।ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବା ଏବଂ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ବିରୋଧୀ ଉଦ୍ୟମ କରୁଥିବା ଅଭିଯୋଗ ଉଠାଇ ଦଳ ଏହି ଅଭିଯାନ ଚଳାଇଛି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲକ୍ଷ୍ନୌର ଲୋକଭବନରେ ଆୟୋଜିତ ସଭାରେ ଯୋଗଦେବେ। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ନେତା ଜେ.ପି. ନଡ୍ଡା ବରେଲିରେ ଦଳୀୟ ରାଲିରେ ସାମିଲ ହେବେ। ଉତ୍ତରାଖଣ୍ଡର ରୁଦ୍ରପୁରରେ ମଧ୍ୟ ରାଲି ଆୟୋଜନ ହେବ। ଅନ୍ୟପକ୍ଷରେ, ଏବିଭିପି ରାଞ୍ଚି ଓ କୋଲକାତାରେ ‘ସେଭ୍ ଡେମୋକ୍ରାସି’ ଶୋଭାଯାତ୍ରା କରିବ। ବିଜେପିର ଜାତୀୟ ସାଧାରଣ ସମ୍ପାଦିକା ସ୍ମୃତି ଇରାନୀ କୋଲକାତାରେ ସାମ୍ବାଦିକ ସମ୍ମିଳନୀ କରିବେ। ବିଶେଷ ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିଜେପି ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଜାରି ରହିଥିବା ରାଜନୈତିକ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଏହି ଅଭିଯାନ ଆୟୋଜିତ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।