କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କାକୁ ପରାସ୍ତ କରି ରଚିଲା ଇତିହାସ

Sep 22, 2026 - 19:27

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଛି। ମହିଳା କ୍ରିକେଟ୍ ଇଭେଣ୍ଟରେ ଭାରତର ପ୍ରଦର୍ଶନ ପ୍ରଭାବଶାଳୀ ରହିଛି। ସେମିଫାଇନାଲ୍‌ରେ ବାଂଲାଦେଶକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଫାଇନାଲ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମାନଙ୍କର ଦ୍ୱିତୀୟ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଛନ୍ତି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତ ପୁଣି ଥରେ ଇତିହାସ ରଚିଛି। ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ଭାରତର ବିଜୟର ହିରୋ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚ୍ କୋରୋଗି ସ୍ପୋର୍ଟସ୍ ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା। ଶେଫାଲି ବର୍ମା ଏବଂ ସ୍ମୃତି ମନ୍ଧାନା ୯୯ ରନ୍‌ର ପାର୍ଟନରସିପ୍ କରିଥିଲେ। ଶେଫାଲି ୨୯ ବଲ୍‌ରେ ୪୮ ରନ୍‌ କରିଥିଲେ, ସ୍ମୃତି ମନ୍ଧାନା ୪୫ ବଲ୍‌ରେ ୭୯ ରନ୍‌ କରିଥିଲେ। ଅଧିନାୟକ ହରମନପ୍ରୀତ କୌର ୧୯ ରନ୍‌ କରିଥିଲେ। ୱିକେଟ୍‌କିପର-ବ୍ୟାଟ୍ସମ୍ୟାନ୍‌ ରିଚା ଘୋଷ ୨୨ ବଲ୍‌ରେ ୨୨୨.୭୩ର ଦମଦାର୍ ଷ୍ଟ୍ରାଇକ୍‌ ହାରରେ ବ୍ୟାଟିଂ କରି ଅପରାଜିତ ୪୯ ରନ୍‌ କରିଥିଲେ। ଟିମ୍ ଇଣ୍ଡିଆ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା।

ଶ୍ରୀଲଙ୍କା ପାଇଁ ୨୧୭ ରନ୍ ର ଲକ୍ଷ୍ୟ ଅତ୍ୟନ୍ତ କଷ୍ଟକର ଥିଲା ଏବଂ ସେମାନେ ଭାରତର ବୋଲିଂ ଆଗରେ ହାର ମାନିଥିଲେ। ପାୱାରପ୍ଲେରେ ଶ୍ରୀଲଙ୍କା ଦୁଇଟି ୱିକେଟ୍ ହରାଇଥିଲା। ଅଧିନାୟକ ଚାମାରି ଆଥାପଥୁ ୨୯ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ଦଳ ୧୫.୪ ଓଭରରେ ମାତ୍ର ୬୯ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା ଏବଂ ଭାରତ ୧୪୭ ରନ୍ ରେ ବିଜୟୀ ହୋଇଥିଲା।

ସ୍ମୃତି ମନ୍ଧାନା ଏବଂ ଶାଫାଲି ବର୍ମା ଏସୀୟ କ୍ରୀଡ଼ାରେ ଭାରତ ପାଇଁ ନିରନ୍ତର ଉତ୍ତମ ପ୍ରଦର୍ଶନ କରିଛନ୍ତି। ଉଭୟ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାର ଶୀର୍ଷ ତିନିରେ ସ୍ଥାନ ପାଇଥିଲେ। ଶାଫାଲି ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ, ଦୀପ୍ତି ଶର୍ମା ଏବଂ ଶ୍ରୀ ଚରଣି ଏସୀୟ କ୍ରୀଡ଼ାରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରମାନଙ୍କ ମଧ୍ୟରେ ଥିଲେ। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତ ୨୦୨୨ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ଏବେ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି।

୨୩ରୁ ଜିନ୍‌ପିଙ୍ଗଙ୍କ ଆମେରିକା ଗସ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।