ଗୋରୁ ବୋଝେଇ ପିକଅପ ଜବତ କରି ପୁଲିସ ଜିମା ଦେଲା ବନ ବିଭାଗ

Sep 21, 2026 - 21:11
ପାଟଣା: ପିକଅପ ରେ ଅତ୍ୟନ୍ତ ଦୟନୀୟ ଭାବେ ୯ ଟି ଗୋରୁ ବୋଝେଇ ହୋଇ ଯଶିପୁର ଚାଲାଣ ହେଉଥିବା ସମୟରେ ପାଟଣା ବନ ବିଭାଗ ସାହାରପଡା ନିକଟରୁ ଗତରାତି ଏହି ପିକ୍ଅପ୍ ଟିକୁ ଜବତ କରି ସାହାରପଡା ଫାଣ୍ଡି ରେ ଜିମା ଦେଇଛି। ପିକଅପ୍ ରେ ଥିବା ୯ ଟି ଗୋରୁ ଏବଂ ୨ ଜଣ ଗୋ ଚାଲାଣକାରୀ ଙ୍କୁ ପୁଲିସ ଜିମା ଦିଆଯାଇଛି। ଗତକାଲି ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା ,ପାଟଣା ବନପାଳ ନିରଞ୍ଜନ ସେଠୀ ସାହାରପଡା ବନପାଳ ଶ୍ରୀମନ୍ତ ବେହେରା ,ବନରକ୍ଷୀ ସାଗରିକା ବେଜ୍, ପାରା କର୍ମଚାରୀ ଏମ ଡି ୱାସିମ ପ୍ରମୁଖ ଅନ୍ୟମାନେ ଚୋରା କାଠ ଚାଲାଣ ହେଉଥିବା ଖବର କୁ ଆଧାର କରି ପେଟ୍ରୋ ଲିଂ ଥିବା ବେଳେ ଢେଙ୍କିକୋଟ ପଟୁ ଯଶୀପୁର ଯାଉଥିବା ଏହି ଗୋରୁ ବୋଝେଇ ପିକଅପ୍ ଟି କୁ ଧରି ପୁଲିସ କୁ ଜିମା ଦେଇଛନ୍ତି। ଏ ନେଇ ପାଟଣା ଥାନା ରେ ୩୨୩/୨୦୨୬ ମୂଳେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଛି। ପିକଅପ ଟି ସାହାରପଡ଼ା ଫାଣ୍ଡିରେ ରହିଥିବା ବେଳେ ୨ ଗୋଚାଲାଣକାରୀ ଙ୍କ ମଧ୍ୟରେ ଯଶିପୁର ଅଞ୍ଚଳର ନାସିର ଅହମ୍ମଦ (୨୬) ଓ ଆଉ ଜଣେ ନାବାଳକକୁ ପୁଲିସ ଅଟକ ରଖିଛି। ଜବତ ଗୋରୁ ଗୁଡିକୁ କରଞ୍ଜିଆ ଗୋଶାଳା କୁ ପଠା ଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।