ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ
ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ବଡ଼ ଧରଣର ଭୂସ୍ଖଳନ ହୋଇନଥିବା କୁହାଯାଉଥିବା ବେଳେ ଘାଟି ରାସ୍ତାର ୨ ପାର୍ଶ୍ଵରେ ରହିଥିବା ପାହାଡ଼ରୁ ପଥର ଓ ମାଟି ସମେତ ବଡ଼ ବଡ଼ ଗଛ ଗୁଡିକ ଖସି ରାଜପଥର କିଛି ଅଂଶ ଅବରୋଧ ହୋଇଛି ।
କହିରଖୁଛୁ କି, କିଛି ସମୟ ପୂର୍ବରୁ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଏଏସଆଇ ଅର୍ଜୁନ ଶବର ଏବଂ ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ ଜଗନ୍ନାଥ ରଥ ପ୍ରମୁଖ କନ୍ଧମାଳ -ଗଞ୍ଜାମ ସିମା ବାଇମାଲା ଠାରେ ରାସ୍ତା ସିଲ୍ କରିଥିଲେ । କାଳେ କିଏ ଘାଟି ଭିତରେ ଫସି ରହିଥିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ବାଇକରେ ପାଟ୍ରୋଲିଂ କରାଯିବା ସମୟରେ ଭୂସ୍ଖଳନ ସମ୍ପର୍କରେ ଜଣାପଡିଥିବା ତହସିଲଦାର ଧୀରଜ ପାତ୍ର କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।