ଚନ୍ଦ୍ରରେ ଜ।ଗା କିଣି ଚର୍ଚ୍ଚାରେ

Sep 03, 2026 - 15:38
ଚନ୍ଦ୍ରରେ ଜ।ଗା କିଣି ଚର୍ଚ୍ଚାରେ

 

ତାମିଲନାଡୁର ଜଣେ ଯୁବକ ନିଜ ଭାବୀ ପତ୍ନୀଙ୍କୁ ବିବାହ ପୂର୍ବରୁ ଏକ ନିଆରା ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଏଭଳି ଏକ ଯାଗା କିଣିଛନ୍ତି ଯାହା ପୃଥିବୀରେ ନୁହେଁ ବରଂ ଚନ୍ଦ୍ରପୃଷ୍ଠରେ ଅବସ୍ଥିତ । ପେସାରେ ଜଣେ ବିଲ୍ଡିଂ ଇଞ୍ଜିନିୟର ଥିବା ୩୨ ବର୍ଷୀୟ ଅଶୋକ ସରବଣନ୍ ଏହି ସରପ୍ରାଇଜ୍ ଦେଇଛନ୍ତି । ସେ ୨୩ ହଜାର ଟଙ୍କା ବିନିମୟରେ ଚନ୍ଦ୍ରରେ ଏକ ଏକର ଜମି କିଣିଥିବା ଦାବି କରିଛନ୍ତି । ସିଙ୍ଗାପୁରର ଏକ ଘରୋଇ କମ୍ପାନୀ ସହ ହୋଇଥିବା ଏହି ଡିଲ୍ରେ ଲଣ୍ଡନରେ ରହୁଥିବା ତାଙ୍କ ଭଉଣୀ ସାହାଯ୍ୟ କରିଥିବା ବେଳେ ସେଠାରୁ ହିଁ ଜମିର କାଗଜପତ୍ର ଓ ମାଲିକାନା ପ୍ରମାଣପତ୍ର ପଠାଯାଇଛି । ତେବେ ବାସ୍ତବରେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ ଚନ୍ଦ୍ରପୃଷ୍ଠରେ ନିଜର ବ୍ୟକ୍ତିଗତ ମାଲିକାନା ଅଧିକାର ଜାହିର କରିପାରିବେ ନାହିଁ । ଏହିଭଳି ମୁନ୍ ଲ୍ୟାଣ୍ଡ୍ବିକ୍ରି କରୁଥିବା କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଉଥିବା ସାର୍ଟିଫିକେଟ୍ କୌଣସି ପ୍ରକୃତ ସମ୍ପତ୍ତିର କାଗଜପତ୍ର ନୁହେଁ, ବରଂ ଏହାକୁ କେବଳ ଏକ ପ୍ରତୀକାତ୍ମକ ଉପହାର ଭାବରେ ହିଁ ଗ୍ରହଣ କରାଯାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।