ମସ୍କଟରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

Sep 03, 2026 - 16:43
ମସ୍କଟରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ମସ୍କଟ: ଦୋହାରୁ ବେଙ୍ଗାଲୁରୁ ଆସୁଥିବା ଇଣ୍ଡିଗୋ ବିମାନ ୬-ଇ-୧୩୦୨ ଗୁରୁବାର ସକାଳେ ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଉଡ଼ାଣ ସମୟରେ ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା, ଯାହା ଫଳରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ମସ୍କଟକୁ ସ୍ଥାନାନ୍ତରିତ କରାଯାଇଥିଲା। ବିମାନଟି ମସ୍କଟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ପାଇଲଟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ଅଛି। ପାଇଲଟ ଅସୁସ୍ଥ ହେବା ଯୋଗୁଁ ବିମାନଟି ମସ୍କଟରେ ଅବତରଣ କରିବା ପରେ ଇଣ୍ଡିଗୋ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ବେଙ୍ଗାଲୁରୁକୁ ପରିବହନ ପାଇଁ ବିକଳ୍ପ ବ୍ୟବସ୍ଥା କରିଛି। ଯାତ୍ରୀମାନଙ୍କୁ ପରିବହନ କରିବା ପାଇଁ ବିମାନ କମ୍ପାନି ବେଙ୍ଗାଲୁରୁରୁ ମସ୍କଟକୁ ଦ୍ୱିତୀୟ ବିମାନ ଏବଂ ନୂତନ କର୍ମଚାରୀ ପଠାଇବାର ବ୍ୟବସ୍ଥା କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।