ପରିବା କଟା ପଟାକୁ ରଖନ୍ତୁ ସଫା
ଆମ ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ହେଉଥିବା ଚପିଂ ବୋର୍ଡ ପନିପରିବା, ଫଳ କିମ୍ବା ମାଂସ କାଟିବା କାମକୁ ସହଜ କରିଥାଏ ସତ, କିନ୍ତୁ ଏହାର ସଠିକ୍ ସଫା ନହେଲେ ଏହା ଖାଦ୍ୟରେ ଗମ୍ଭୀର ବ୍ୟାକ୍ଟେରିଆ ସଂକ୍ରମଣର ମୁଖ୍ୟ କାରଣ ପାଲଟିପାରେ । ବୋର୍ଡ ଉପରେ ପଡ଼ୁଥିବା ଛୁରୀର ଗଭୀର ଗାର, ଓଦା ଭାବ ଏବଂ ଜମି ରହୁଥିବା ସୂକ୍ଷ୍ମ ଖାଦ୍ୟ କଣିକା ଯୋଗୁଁ ଇ. କୋଲାଇ, ସାଲ୍ମୋନେଲା, ଲିଷ୍ଟେରିଆ ଓ କ୍ୟାମ୍ପିଲୋବ୍ୟାକ୍ଟର ଭଳି ହାନିକାରକ ବ୍ୟାକ୍ଟେରିଆ ଘଣ୍ଟା ଘଣ୍ଟା କିମ୍ବା ଦିନ ଦିନ ଧରି ଜୀବିତ ରହିପାରନ୍ତି । ଗବେଷକଙ୍କ କହିବା ଅନୁଯାୟୀ, କଞ୍ଚା ମାଂସ କାଟିବା ପରେ ସେହି ବୋର୍ଡକୁ ନ ସଫା କରି ଅନ୍ୟ କଞ୍ଚା ଖାଦ୍ୟ ବା ସାଲାଡ୍ କାଟିବା ଦ୍ୱାରା ‘କ୍ରସ୍-କଣ୍ଟାମିନେସନ୍’ ଏବଂ ଫୁଡ୍ ପଏଜନିଂର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ଯାହା ଶିଶୁ, ବୃଦ୍ଧ, ଗର୍ଭବତୀ ଓ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇପାରେ । ତେଣୁ କେବଳ ପୋଛି ଦେବା ପର୍ଯ୍ୟାପ୍ତ ନୁହେଁ, ବରଂ ବ୍ୟବହାର ପରେ ବୋର୍ଡକୁ ଭଲଭାବେ ଧୋଇ ସୁଖାଇବା ଏବଂ କାଠ, ପ୍ଲାଷ୍ଟିକ୍ କିମ୍ବା ଷ୍ଟିଲ୍ର ବୋର୍ଡ ବାଛିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଜରୁରୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।