ଚର୍ଚ୍ଚାରେ କଟାକ୍ଷଭରା ପୋଷ୍ଟ

Aug 17, 2026 - 15:43
ଚର୍ଚ୍ଚାରେ କଟାକ୍ଷଭରା ପୋଷ୍ଟ

 

ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପୂର୍ବତନ ସ୍ୱାମୀ ମୋହସିନ୍ ଅଖତର ନିକଟରେ ତାଙ୍କର ଦ୍ୱିତୀୟ ପତ୍ନୀ ନିଧା ଭଟ୍ଟଙ୍କ ସହ ରିସେପ୍ସନ୍ର କିଛି ରୋମାଣ୍ଟିକ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ତେବେ ଏହାପରେ ଉର୍ମିଳା କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବର୍ତ୍ତମାନ ଆଲୋଚନା ଜାରି ରହିଛି । ଉର୍ମିଳାଙ୍କ ଏକ ଗୁପ୍ତ ବା 'କ୍ରିପ୍ଟିକ୍' ପୋଷ୍ଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉର୍ମିଳା ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ "ମୋତେ ପ୍ରେମ, ବିଶ୍ୱସ୍ତତା ଏବଂ ସମୟ ଭଳି ମୂଲ୍ୟବାନ ଜିନିଷ ପସନ୍ଦ" ବୋଲି ଲେଖିଥିଲେ। ଯଦିଓ ଉର୍ମିଳା ମୋହସିନ୍ଙ୍କ ନାମ ନେଇ କୌଣସି ପ୍ରତ୍ୟକ୍ଷ ବକ୍ତବ୍ୟ ଦେଇନାହାନ୍ତି, ତଥାପି ଏହାକୁ ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ଉଦ୍ଦିଷ୍ଟ ବୋଲି ଆକଳନ କରାଯାଉଛି । ସୂଚନାଅନୁସାରେ ୨୦୧୪ରେ ଫ୍ୟାଶନ୍ ଡିଜାଇନର ମନୀଷ ମାଲହୋତ୍ରାଙ୍କ ସମ୍ପର୍କୀୟଙ୍କ ବାହାଘରରେ କାଶ୍ମୀରୀ ବ୍ୟବସାୟୀ  ମଡେଲ୍ମୋହସିନ୍ଙ୍କ ସହ ଉର୍ମିଳାଙ୍କ ସାକ୍ଷାତ ହୋଇଥିଲା ଏବଂ ୪ ଫେବୃଆରୀ ୨୦୧୬ରେ ଉଭୟ ବିବାହ କରିଥିଲେ । ହେଲେ  ୨୦୨୪ ସେପ୍ଟେମ୍ବରରେ ଉର୍ମିଳା ମୁମ୍ବାଇ ଆଦାଲତରେ ଛାଡ଼ପତ୍ର ଆବେଦନ କରିବା ପରେ ଦୁହେଁ ଅଲଗା ହୋଇଥିଲେ ।  ମୋହସିନ୍ 'ଲକ୍ ବାଏ ଚାନ୍ସ' ଓ 'ବି.ଏ. ପାସ୍' ଭଳି ଫିଲ୍ମରେ କାମ କରିଥିବା ବେଳେ,  ଉର୍ମିଳା ନବେଦଶକର ସୁପରହିଟ ହିରୋଇନ ଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।