ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

Sep 19, 2026 - 23:08
ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ ଜବତ କରି ପୋଲିସ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗ୍ରାମର ମୋହତ ଦିଗଲ(୨୮)।

ଶୁକ୍ରବାର ରାତି ସାଢେ ୩ଟାରେ ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଖମନପଡ଼ା ନିକଟରେ ଏକ ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ ଚଢାଉ କରିଥିଲା। ସେତିକିବେଳେ କେତେ ଜଣ ଚୋରାଚାଲଣକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ୧୧୪୦ କେଜି ଗଞ୍ଜେଇ ଓ ଏକ ଆଇଚର ଗାଡିକୁ ଅତିରିକ୍ତ ତହସିଲଦାର ବ୍ଲୁଚୁମ ପ୍ରଧାନଙ୍କ ଉପସ୍ଥିତରେ ଜବତ କରାଯାଇଛି।

ଏନେଇ ଥାନାରେ ଏକ ମାମଲା(୧୨୨/୨୬)ରଜୁ ହୋଇଛି। ଅଭିଯୁକ୍ତ ମୋହତଙ୍କୁ କୋର୍ଟ ଚାଲାଣ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ତୁମୁଡିବନ୍ଧ ଆଇଆଇସି ନିରଞ୍ଜନ ଦାସ କହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।