ଜଙ୍ଗଲରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

Aug 24, 2026 - 16:26
ଜଙ୍ଗଲରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା : ରାଉରକେଲା ପୋଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କେ. ବଲାଙ୍ଗ ଥାନା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୁଳି ସହ ଆଇଇଡି ଏବଂ ୱାକିଟକି ଜବତ ହୋଇଛି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓ ଡମ୍ପ ବିଷୟରେ ସୂଚନା ଦେଇଥିଲେ । ସୁନ୍ଦରଗଡ଼ର ସିଲକୁଟା ରିଜର୍ଭ ଫରେଷ୍ଟରେ ଏକ ଗୁପ୍ତ ମାଓ ଡମ୍ପ ଥିବା ସମ୍ପର୍କରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ବିସ୍ତୃତ ପଚରାଉଚରା ସମୟରେ ସୂଚନା ଦେଇଛନ୍ତି ।

ରାଉରକେଲା ପୋଲିସ ଆଉ CRPF ମିଳିତ ଭାବରେ ସରଣ୍ଡା ଜଙ୍ଗଲରେ ଅପରେସନ ବେଳେ ସିଲକୁଟା ଜଙ୍ଗଲ ଭିତରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ମାଓ ସାମଗ୍ରୀ ଜବତ କରିଛନ୍ତି  ।

ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ୯ ଏମ୍.ଏମ୍. କାର୍ବାଇନ୍, ଗୋଟିଏ ଆଇ.ଇ.ଡି. କଣ୍ଟେନର୍, ୧୫ଟି ଡେଟୋନେଟର୍, ୨ଟି ମାଗାଜିନ୍ ସହ ୱାକିଟକି, ୨୦ ରାଉଣ୍ଡ ୯ ଏମ୍.ଏମ୍. ଗୁଳି ସହ ଡିଜିଟାଲ୍ ମଲ୍ଟିମିଟର୍, ଚାର୍ଜର ବ୍ୟାଟେରୀ ଏବଂ ବିଭିନ୍ନ ପାଉଚ୍ ଆଦି ରହିଛି । ଏବେ ବି ସଂରକ୍ଷିତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।