ଜିଓ ପ୍ଲାଟଫର୍ମସର ଧମାକା: ବମ୍ପର ଲିଷ୍ଟିଂ ପରେ Q2ରେ ଆଦାୟ କଲା ୮,୩୮୯ କୋଟି ଟଙ୍କା

Oct 30, 2026 - 20:54
ଜିଓ ପ୍ଲାଟଫର୍ମସର ଧମାକା: ବମ୍ପର ଲିଷ୍ଟିଂ ପରେ Q2ରେ ଆଦାୟ କଲା ୮,୩୮୯ କୋଟି ଟଙ୍କା

ନୂଆଦିଲ୍ଲୀ,୩୦।୧୦: ନିକଟରେ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପରେ ଜିଓ ପ୍ଲାଟଫର୍ମସ୍‌ ପକ୍ଷରୁ ଶୁକ୍ରବାର ପ୍ରଥମ ତ୍ରୈମାସିକ (ସେପ୍ଟେମ୍ବର କ୍ୱାର୍ଟର) ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ଚଳିତ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ କମ୍ପାନୀର କନ୍‌ସୋଲିଡେଟେଡ୍‌ ନିଟ୍‌ ପ୍ରଫିଟ୍‌ (ନିଟ୍‌ ଲାଭ) ୧୪ ପ୍ରତିଶତ ବୃଦ୍ଧି ପାଇ ୮,୩୮୯ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ କମ୍ପାନି ୭,୩୫୪ କୋଟି ଟଙ୍କା ଲାଭ ଅର୍ଜନ କରିଥିଲା।

ନୂତନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି, ଡିଜିଟାଲ୍‌ ସେବାର ବ୍ୟାପକ ପ୍ରସାର ଏବଂ ପ୍ରତି ଗ୍ରାହକ ପିଛା ହାରାହାରି ଆୟ (ARPU)ରେ ସାମାନ୍ୟ ବୃଦ୍ଧି କମ୍ପାନିର ଏହି ସଫଳତାର ମୁଖ୍ୟ କାର୍ଗଣ ସାଜିଛି। ଜିଓର ଅପରେସନ୍‌ଜ୍‌ରୁ ହେଉଥିବା ମୋଟ୍‌ ଆୟ ୧୧ ପ୍ରତିଶତ ବୃଦ୍ଧି ପାଇ ୪୦,୪୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷ ସମାନ ଅବଧିରେ ୩୬,୩୩୨ କୋଟି ଟଙ୍କା ଥିଲା। ସେହିପରି ଏହି ତ୍ରୈମାସିକରେ ARPU ବୃଦ୍ଧି ପାଇ ୨୧୮.୮ ଟଙ୍କାରେ ପହଞ୍ଚିଛି। ଜିଓର EBITDA ମାର୍ଜିନ୍‌ ମଧ୍ୟ ୨.୫ ପ୍ରତିଶତ ବୃଦ୍ଧି ପାଇ ୫୪.୧% ହୋଇଛି।

ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ୫ଜି (5G) ଗ୍ରାହକଙ୍କ ସଂଖ୍ୟା ୩୦ କୋଟି ଅତିକ୍ରମ କରିଛି। ଗତ ୧୨ ମାସ ମଧ୍ୟରେ କମ୍ପାନି ସହିତ ୬.୬ କୋଟି ନୂଆ ୫ଜି ଗ୍ରାହକ ଯୋଡ଼ି ହୋଇଛନ୍ତି। ବର୍ତ୍ତମାନ ଜିଓର ମୋଟ୍‌ ୱାଟରଲେସ୍‌ ଡାଟା ଟ୍ରାଫିକ୍‌ରେ କେବଳ ୫ଜିର ଭାଗୀଦାରୀ ୫୬ ପ୍ରତିଶତ ରହିଛି। ଏହାଛଡ଼ା କମ୍ପାନିର ଫିକ୍ସଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାହକଙ୍କ ସଂଖ୍ୟା ୩ କୋଟିରେ ପହଞ୍ଚିଥିବାବେଳେ ଜିଓ ଏୟାରଫାଇବର (AirFiber) ଗ୍ରାହକଙ୍କ ସଂଖ୍ୟା ୧.୫୧ କୋଟିରେ ପହଞ୍ଚିଛି।

ଜିଓ ପ୍ଲାଟଫର୍ମସ୍‌ ପରିଚାଳନା ନିର୍ଦ୍ଦେଶକ (MD) ଆକାଶ ଅମ୍ବାନୀ ଏହି ଅବସରରେ କହିଛନ୍ତି, “ଆମେ ଜିଓ ପ୍ଲାଟଫର୍ମସ୍‌ ପରିବାରକୁ ନୂତନ ଶେୟାରଧାରକମାନଙ୍କୁ ସ୍ୱାଗତ କରୁଛୁ। ଏକ ଲାଇଭ୍‌ ଲିଷ୍ଟେଡ୍‌ କମ୍ପାନୀ ଭାବେ ଆମେ ଏକ ନୂତନ ଯୁଗରେ ପ୍ରବେଶ କରିଛୁ। ଏହି ତ୍ରୈମାସିକର ଫଳାଫଳ ଆମର ୫ଜି ନେଟୱର୍କର ମଜଭୁତତା ଏବଂ ଡିଜିଟାଲ୍‌ ସେବାର କ୍ଷମତାକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି।”

ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମଧ୍ୟ ସେପ୍ଟେମ୍ବର କ୍ୱାର୍ଟରରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। କମ୍ପାନିର ନିଟ୍‌ ପ୍ରଫିଟ୍‌ ୪୧ ପ୍ରତିଶତ ବୃଦ୍ଧି ପାଇ ୨୫,୫୪୮ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ମୋଟ୍‌ ଅପରେସନାଲ୍‌ ଆୟ

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।