ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଖୁଡ଼ୀଙ୍କୁ ଅଫିସରେ ଛାଡ଼ିବା ପରେ ଏକୁଟିଆ ଘରେ…

Oct 24, 2026 - 08:37
ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଖୁଡ଼ୀଙ୍କୁ ଅଫିସରେ ଛାଡ଼ିବା ପରେ ଏକୁଟିଆ ଘରେ…

ଭୁବନେଶ୍ୱର,୨୪।୧୦(ତ୍ରିନାଥ ମହାନ୍ତି):ଦାଦା ୫ମ ଶ୍ରେଣୀରୁ ଝିଆରୀଙ୍କୁ ବଳାକତ୍ାର କରୁଥିବା ନେଇ ପୀଡ଼ିତା ମହିଳା ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ତେଣୁ ଅଭିଯୁକ୍ତ ଦାଦାଙ୍କୁ ଗିରଫ ଦାବିରେ ପୀଡ଼ିତା ଏବଂ ମହିଳା ସଂଗଠନ ଡିସିପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ଡିସିପିଙ୍କ ନିକଟରେ ଅଭିଯୋଗ ପରେ ଶୁକ୍ରବାର ସନ୍ଧ୍ୟାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି।
ଅଭିଯୋଗ ଅନୁସାରେ, ଶହୀଦନଗର ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଦାଦା ସୁଶାନ୍ତ ନାୟକଙ୍କର ସନ୍ତାନ ହେଉ ନ ଥିବାରୁ ସେ ପୀଡ଼ିତାଙ୍କୁ ୪ ବର୍ଷ ବୟସରୁ ଆଣି ନିଜ ପାଖରେ ରଖିଥିଲେ। ତେବେ ପୀଡ଼ିତା ବଡ଼ ହୋଇ ପଞ୍ଚମ ଶ୍ରେଣୀରେ ପାଠ ପଢ଼ିବା ସମୟରେ ସୁଶାନ୍ତ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ଖୁଡ଼ୀଙ୍କୁ ଅଫିସରେ ଛାଡ଼ି ଦେବା ପରେ ଅଭିଯୁକ୍ତ ସୁଶାନ୍ତ ଏଭଳି ଶାରୀରିକ ସମ୍ପର୍କ ରଖିବା ସହ କାହାକୁ କହିଦେଲେ ଖାଇବାକୁ ନ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ସେଥିପାଇଁ ଭୟରେ ପୀଡ଼ିତା କିଛିି କହୁ ନ ଥିଲେ। ହେଲେ ନିକଟରେ ସୁଶାନ୍ତ ବାହାରକୁ ବୁଲିବାକୁ ଯାଇଥିବା ବେଳେ ପୀଡ଼ିତା ଘରକୁ ଯାଇ ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ ।
ମାତ୍ର ମା’ ତାଙ୍କୁ ଥାନାରେ ଅଭିଯୋଗ କରିବାକୁ ବାରଣ କରିଥିଲେ। ଘରର ଇଜ୍ଜତ ଯିବା ସହ ଭଉଣୀର ବାହାଘର ହୋଇପାରିବ ନାହିଁ କହି ମାମଲାକୁ ଚାପିବାକୁ କହିଥିଲେ। କିନ୍ତୁ ପୀଡ଼ିତା ଘରୁ ପଳାଇ ଆସି ତାଙ୍କ ମାଉସୀଙ୍କୁ କହିବା ପରେ ସେ ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।