ଟି-୨୦ କ୍ରିକେଟ୍ ରେ ଅଭିଷେକ ଶର୍ମାଙ୍କ ବିଶ୍ବ ରେକର୍ଡ଼!

Oct 12, 2026 - 13:43
ଟି-୨୦ କ୍ରିକେଟ୍ ରେ ଅଭିଷେକ ଶର୍ମାଙ୍କ ବିଶ୍ବ ରେକର୍ଡ଼!

ଟି-୨୦ କ୍ରିକେଟ୍ ରେ ଅଭିଷେକ ଶର୍ମାଙ୍କ ବିଶ୍ବ ରେକର୍ଡ଼!

ନନ୍ଦିଘୋଷ ବ୍ୟୁରୋ: ଅଭିଷେକ ଶର୍ମାଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ଼ । ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟ୍ ରେ ଇତିହାସ ରଚିଲେ ଟିମ୍ ଇଣ୍ତିଆର ଏହି ବିସ୍ଫୋରକ ଓପନର । ୱେଷ୍ଟଇଣ୍ତିଜ ବିପକ୍ଷ ମ୍ୟାଚ୍ ରେ ବ୍ୟାଟିଂ କରି ନିଜ ଟି-୨୦ କ୍ୟାରିୟରରେ ୨୦୦୦ ରନ୍ ପୂରଣ କରି ବିଶ୍ବ ରେକର୍ଡ଼କୁ ନିଜ ନାଁରେ କରିଛନ୍ତି ଏହି ଖେଳାଳୀ।

ଟି-୨୦ରେ ସବୁଠାରୁ କମ୍ ବଲ୍‌ରେ ୨ ହଜାର ରନ୍ ପୂରଣ କରିବାରେ ଅଭିଷେକ ଏବେ ବିଶ୍ୱର ପ୍ରଥମ ବ୍ୟାଟର୍ ହୋଇଛନ୍ତି। ସେ ମାତ୍ର ୬୪ଟି ଇନିଂସ ଖେଳି ଟି-୨୦ରେ ୨ ହଜାର ରନ୍ ପୂରଣ କରିଛନ୍ତି । ଏହି ରେକର୍ଡ଼ ସହ ଟିମ୍ ଇଣ୍ତିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ପଛରେ ପକାଇଛନ୍ତି ଅଭିଷେକ । ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ୱେଷ୍ଟଇଣ୍ତିଜ ବିପକ୍ଷ ମ୍ୟାଚ୍ ରେ ଅଭିଷେକ ନିଜ ଇନିଂସର ୩୩ତମ ରନ୍ ପୂରଣ କରିବା ମାତ୍ରେ ଏହି ଐତିହାସିକ ସଫଳତା ହାସଲ କରିଥିଲେ । ସେ ମାତ୍ର ୧୦୨୪ଟି ବଲ୍‌ର ରେ ଟି-୨୦ରେ ୨ ହଜାର ରନ୍ ପୂରଣ କରିଛନ୍ତି।

ଅଭିଷେକ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ରେ ମାତ୍ର ୧୮ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୦ ବଲ୍‌ରେ ୬୯ ରନ୍  ହାସଲ କରିଥିଲେ, ଯେଉଁଥିରେ ୬ ଚୌକା ଓ ୫ ଛକା ସାମିଲ ରହିଛି । ଫଳରେ ଟି-୨୦ କ୍ରିକେଟ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ କରି ତୃତୀୟ ସ୍ଥାନରେ ରହିଛନ୍ତି ଅଭିଷେକ । ପୂର୍ବରୁ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍ ଡି କକ୍‌ ୧୫ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ପ୍ରକାଶ ଥାଉ, ଏହା ପୂର୍ବରୁ ଏହି ରେକର୍ଡ଼ ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ ଥିଲା। ସୂର୍ଯ୍ୟକୁମାର ୧୧୬୪ଟି ବଲ୍‌ରେ ନିଜର ୨ ହଜାର ରନ୍ ପୂରଣ କରିଥିଲେ। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ୧୨୮୩ଟି ବଲ୍‌ରେ ଏହି ସଫଳତା ହାସଲ କରିଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ ୧୩୦୪ଟି ବଲ୍‌ରେ, ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ୧୩୯୦ଟି ବଲ୍‌ରେ ଓ ନ୍ୟୁଜିଲାଣ୍ଡର ସାଇଫର୍ଟ ୧୩୯୫ଟି ବଲ୍‌ରେ ଏହି ରେକର୍ଡ଼କୁ ନିଜ ନାଁରେ କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।