ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା
ଓଁ ହିରଣ୍ୟବର୍ଣ୍ଣାଂ ହରିଣୀଂ ସୁବର୍ଣ୍ଣରଜତସ୍ରଜାମ୍ ।
ଚନ୍ଦ୍ରାଂ ହରିଣ୍ମୟୀଂ ଲକ୍ଷ୍ମୀଂ ଜାତବେଦୋ ମ ଆବହ
ଢେଙ୍କାନାଳ ଗଜଲକ୍ଷ୍ମୀପୂଜା ଭନ୍ନତା ମଧ୍ୟରେ ଏକତାର ପରଚୟ , ଯାହା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପାଳନ ହୋଇଥାଏ । ସାଂସ୍କୃତିକ ସହରରେ ସର୍ବଧର୍ମର, ସଂସ୍କୃତି, ପରମ୍ପରାର ସମନ୍ବୟ ଭାବରେ ପାଳତି ହୁଏ ଗଜଲକ୍ଷ୍ମୀ ପୂଜା। ଓଡ଼ିଶାର ସଭ୍ୟତା ସଂସ୍କୃତି, ଆଚାର, ବ୍ୟବହାର, ବାଣିଜ୍ୟ, ବ୍ୟବସାୟ, କଳା ସ୍ଥପତ୍ୟ ମଧ୍ୟରେ ଗଣପବର୍ର ମାନ୍ୟତା ହାସଲ କରିଥିବା ଗଜଲକ୍ଷ୍ମୀ ପୂଜା ଏକ ଅନନ୍ୟ ପର୍ବ ଭାବରେ ପରିଗଣିତ । ଲକ୍ଷ୍ମୀ ପୂଜାର ପାବର୍ଣ ବାମନ ଜନ୍ମ ସୁନିଆଁ ତିଥିରୁ ଆରମ୍ଭ ହୋଇଥାଏ ମାଟିପୂଜା ସହ ପୂଜା ପ୍ରସ୍ତୁତି । ପବିତ୍ର କୁମାର ପୂର୍ଣ୍ମିମା ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଅୟମାରମ୍ଭ ସହତି ଜଗତ ଜନନୀ ମା’ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଇଥାଏ। ଇତିହାସ ଅନୁସାରେ ୧୯୨୩ ମସିହାରୁ ଢେଙ୍କାନାଳର ମୀନା ବଜାରର ସ୍ବଗର୍ତ ଗତିକୃଷ୍ଣ ପଟ୍ଟନାୟକଙ୍କ ଉଦ୍ୟମରେ ଲକ୍ଷ୍ମୀ ପୂଜା ୧୯୩୩ ମସିହା ପର୍ଯ୍ୟନ୍ତ ପାଳତି ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜା ଆନ୍ଦୋଳନ ଯୋଗୁଁ ପୂଜା ବନ୍ଦ ହୋଇଯାଇଥିଲା । ୧୯୪୩ ମସିହାରୁ ଏହି ପର୍ବ ଆଉଥରେ ପାଳନ ହେବା ଆରମ୍ଭ ହୋଇଥିଲା । ମୀନାବଜାରରୁ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ଗଣ ଉତ୍ସବର ମାନ୍ୟତା ଲାଭ କରଛି । ୧୯୪୩ରେ ମୀନା ବଜାର , ୧୯୪୮ ରେ ଜବାହର ଚୌକ, ୧୯୪୯ରେ ଲକ୍ଷ୍ମୀବଜାର, ୧୯୫୦ ଗଣେଷ ବଜାର, ୧୯୫୧ କାଞ୍ଚନ ବଜାର, ୧୯୫୨ରେ ଆନନ୍ଦ ବଜାର, ୧୯୫୫ରେ କାରିଗର ସାହି, ୧୯୫୭ରେ ଗୁଡିଆନାଳୀ, ୧୯୫୮ ରେ ରାଧାକଷ୍ଣୃ ବଜାର, ପଦ୍ମବଜାର, କୁଞ୍ଜକାନ୍ତ, ୧୯୫୯ରେ କୈବଲ୍ୟ ବଜାର,୧୯୬୦ରେ ଜୁବୁଲି ଟାଉନ - ୨, ୧୯୬୩ରେ ଅନ୍ନପୂର୍ଣ୍ଣା ପୂଜା ସଂସ୍ଥାନ ଷ୍ଟେସନ ବଜାର, ୧୯୬୫ରେ ରତ୍ନ ବଜାର, ୧୯୬୭ରେ ଚନ୍ଦନ ବଜାର, ୧୯୬୯ରେ ଗାନ୍ଧୀବଜାର ଓ ବସଷ୍ଟାଣ୍ଡ, ୧୯୭୧ରେ କୋରିଆଁ, ୧୯୭୫ରେ ଦୁର୍ଗ ବଜାର, ୧୯୭୬ରେ ଦକ୍ଷଣି କାଳୀରେ ପୂଜା ଆରମ୍ଭ ହୋଇଥିଲା । ଚଳତି ବର୍ଷ କୋରିଆଁ, ଜୁବୁଲି ଟାଉନ ୨, ରତନ ବଜାର, ପଦ୍ମ ବଜାର, କାରିଗର ସାହି, ଚନ୍ଦନବଜାର, ବାଜିଚୌକ, ଆନନ୍ଦ ବଜାର, କାଞ୍ଚନ ବଜାର, ମୀନା ବଜାର, ଜବାହର ଚୌକ, ଲକ୍ଷ୍ମୀବଜାର, ମହାବୀର ବଜାର, ଗଣେଷ ବଜାର, ବସଷ୍ଟାଣ୍ଡ, ଗୁଡିଆ ନାଳୀ, କୁଞ୍ଜକାନ୍ତ, କଲେଜ ପଡା ସହିତ ଅନ୍ୟସ୍ଥାନରେ ପୂଜା, ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ଜାତି ଧର୍ମ, ବର୍ଣ୍ଣ ର୍ନିବିଶେଷରେ ଐତିହ୍ୟ, ସଂସ୍କୃତି ଓ ଭାଇଚାରାକୁ ପାଥେୟ କରି ସହରବାସୀ ଦୀର୍ଘ ୧୨ ଦିନ ଧରି ମା’ଙ୍କ ପାଦପଦ୍ମରେ ଗୋଟିଏ ମନ ଓ ଗୋଟିଏ ପ୍ରାଣରେ ସମର୍ପିତ ହୋଇଯାଆନ୍ତି । ଗୋଟିଏ ମେଢରୁ ଆରମ୍ଭ ହୋଇଥିବା ଏହି ଗଜଲକ୍ଷ୍ମୀ ପୂଜା ବର୍ତ୍ତମାନ ୩୯ଟି ମେଢରେ ପଦାପର୍ଣ କରଛି । ଜନସାଧାରଣଙ୍କ ଦୃଷ୍ଟି ଆକଷର୍ଣ ପାଇଁ ପ୍ରତ୍ୟେକ ପୂଜା ମଣ୍ଡପଗୁଡକ ନିଜ ସାଧନ ମତେ ମା’ ମହାଲକ୍ଷ୍ମୀଙ୍କୁ ସୁବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜାଇ ଥିବାବେଳେ ପୂଜା ମଣ୍ଡପ ଗୁଡିକୁ ମଧ୍ୟ ଆକର୍ଷଣୀୟ କରାଯାଇଛି । ଅନେକ ବର୍ଷରୁ ଚାଲୁଥିବା ଏହି ଗଜଲକ୍ଷ୍ମୀ ପୂଜା ୭ କି.ମି. ପରିବ୍ୟାପ୍ତ ସହରକୁ ଆଚ୍ଛାଦତି କରି ରଖିଛି। କୁମାର ପୂର୍ଣ୍ଣିମା ଅବସରରେ ଘଟସ୍ଥାପନ କରାଯିବାସହ ବୈଦିକ ରୀତିନୀତି ଅନୁଯାୟୀ ଘଣ୍ଟ, ଶଙ୍ଖ, ଖୋଳ, କୀତର୍ନ ଏବଂ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ଜୀବନ୍ୟାସ ଦିଆଯାଇଛି । ପୂଜାମଣ୍ଡପ ଗୁଡିକରେ ମା’ଙ୍କ ଆଗମନ ଓ ଆରାଧନାକୁ ଦେଖିବାକୁ ପ୍ରବଳ ଭିଡ ଲାଗିରହେ । ପୂଜାମଣ୍ଡପ ଗୁଡିକରେ ଘିଅ ଦ୍ୱୀପ, ଝୁଣା, ଗୁଗୁଳ ଓ କର୍ପୁରରେ ମା’ଙ୍କ ଆରାଧନା କରାଯାଉଥିବାବେଳେ ଢେଙ୍କାନାଳ ସହରଟି ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ବର୍ଷପରି ଚଳତିବର୍ଷ ପବିତ୍ର କୁମାରପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ପୂର୍ବରୁ ମୀନା ବଜାର ପକ୍ଷରୁ ପ୍ରଥମେ ଚାନ୍ଦିମେଢ଼ ଲାଗି କରାଯାଇଥିବା ବେଳେ ପରେ କୈବଲ୍ୟ ବଜାର ଓ ଗାଲ୍ଡେନ୍ ଷ୍ଟ୍ରିଟ ଗୁଡ଼ଇାନାଳୀ ପୂଜା ପ୍ରତିଷ୍ଠାନ ଓ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଚାନ୍ଦିମେଢ଼ରେ ମା’ଙ୍କୁ ସଜିତ କରାଯାଇଛି । ପୂଜା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠଥିବାବେଳେ ଚଳତି ବର୍ଷ ୭୫ ଉତ୍ସବ ପାଳନ କରୁଛି । ସହରର ପ୍ରବେଶ ପଥରୁ ପ୍ରସ୍ଥାନ ପଥ ପର୍ଯ୍ୟନ୍ତ ଦୀର୍ଘ ୭ କିମି ବ୍ୟାପି ରାସ୍ତା ପାର୍ଶ୍ୱେର ଚଳତି ବର୍ଷ ୩୯ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠତି ହେଉଛି । ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ଏକ ସାବର୍ଜନୀନ ପୂଜାର ମାନ୍ୟତା ହାସଲ କରଛି । ଢେଙ୍କାନାଳରେ ଶୈବ,ବେଷ୍ଣବ, ଶକ୍ତି ମହିମା ଧର୍ମର ସମନୟ୍ବ ଦେଖିବାକୁ ମଳିଥାଏ । ପ୍ରତିଧମର୍ର ଲୋକମାନେ ଭାଇଚାରା, ସଂପ୍ରତି, ସ୍ନେହ, ସଦାଚାର ମଧ୍ୟରେ ପୂଜା ପ୍ରସ୍ତୁତି ସହତ ପାଳନ କରଥାନ୍ତି । ଏହି ପୂଜା ଅବସରରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଷ୍ଟଲରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଭଆଗ ନେଇଥାଆନ୍ତି । କୋରିଆଁ ବାଇପାସଠାରୁ କଲେଜ ବାଇପାସ ପର୍ଯ୍ୟନ୍ତ ୭ କିମି ରାସ୍ତାରେ ଆଲୋକ ସଜ୍ଜାବେଶ୍ ଆକଷର୍ଣୀୟ ହୋଇଥାଏ । ଚଳତି ବର୍ଷ ପାଗ ପ୍ରତି ସନ୍ଧ୍ୟାରେ ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୂଜାକୁ ବିଭିନ୍ନ ଖାଦ୍ୟ ପସରା ଆହୁରି ଆକର୍ଷଣୀୟ କରୁଛି । ମାଆଙ୍କ ପୂଜା ରୀତିନୀତିରେ କରାଯାଉଥିବାବେଳେ ଗୁରୁବାରର ଅବସରରେ ପୂଜା ମଣ୍ଡପ ତରଫରୁ ପ୍ରସ୍ତୁତ ମାଙ୍କର ପ୍ରସିଦ୍ଧ ସଂଙ୍ଖୁଡି ଭୋଗ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତ୍ର ପ୍ରସାଦ ସେବନର ପରମ୍ପରା ସମସ୍ତଙ୍କୁ ଏକାକାର କରିଛି । ମାଆଙ୍କ ପାଇଁ ଦହି ପଖାଳ, ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତି ସହତି ସମସ୍ତଙ୍କୁ ପ୍ରସାଦ ବଣ୍ଟା ଯାଇଛି । ମା ଗଜଲକ୍ଷ୍ମୀ ହେଉଛନ୍ତି ଧନ, ସମୃଦ୍ଧ, ସୌଭାଗ୍ୟ ଏବଂ ରାଜକୀୟ ବୈଭବର ଦେବୀ ମହାଲକ୍ଷ୍ମୀଙ୍କର ଏକ ବିଶେଷ ଓ ଶକ୍ତିଶାଳୀ ସ୍ବରୂପ । ମା’ଙ୍କର ଅଷ୍ଟଲକ୍ଷ୍ମୀଙ୍କର ଆଠଟି ସ୍ବରୂପ ମଧ୍ୟରୁ ଗଜଲକ୍ଷ୍ମୀ ଅନ୍ୟତମ ଓଡି଼ଶାର ସଂସ୍କୃତି ଓ ପରମ୍ପରାରେ ମା’ ଗଜଲକ୍ଷ୍ମୀଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ମା’ ଗଜଲକ୍ଷ୍ମୀଙ୍କ ‘ଗଜ’ ଅର୍ଥାତ୍ ହାତୀ ଏବଂ ‘ଲକ୍ଷ୍ମୀ’ ଅର୍ଥାତ୍ ଧନର ଦେବୀ ମା’ ଗଜଲକ୍ଷ୍ମୀ ଚତୁର୍ଭୁଜା ଏବଂ ସେ ଏକ ସୁନ୍ଦର ଗୋଲାପୀ କିମ୍ବା ନାଲି ପଦ୍ମଫଲୁ ଉପରେ ବିରାଜମାନ କରିଥାଆନ୍ତି । ମା’ଙ୍କର ଦୁଇପାର୍ଶ୍ୱରେ ଦୁଇଟି ଶ୍ୱେତ ହାତୀ ଐରାବତ ନିଜ ଶୁଣ୍ଢରେ ସୁବର୍ଣ୍ଣ କଳସ ଧରି ମା’ଙ୍କ ଉପରେ ପବିତ୍ର ଜଳାଭିଷେକ କରୁଥିବାର ଦେଖାଯାଏ । ଏହି ସ୍ବରୂପରେ ହାତୀହେଉଛି ରାଜକୀୟ ଶକ୍ତି, ଐଶ୍ବର୍ଯ୍ୟ, ବୁଦ୍ଧି ଏବଂ ବିଶ୍ବସ୍ତତାର ପ୍ରତୀକ । ପୁରାଣ ଅନୁସାରେ, ମା’ ଗଜଲକ୍ଷ୍ମୀ କେବଳ ସୁନା-ରୂପା ନୁହେଁ ବରଂ କୃଷି, ଗୋ-ଧନ ଏବଂ ବ୍ୟବସାୟରେ ଉନ୍ନତି ପ୍ରଦାନ କରନ୍ତି । ସେ ସମସ୍ତ ପ୍ରକାର ଦାରିଦ୍ର୍ୟ ଦୂର କରନ୍ତି ଶାସ୍ତ୍ର ଅନୁସାରେ ଯେତେବେଳେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ଚାଲଥିଲା, ସେତେବେଳେ କ୍ଷୀର ସମୁଦ୍ରରୁ ମା ମହାଲକ୍ଷ୍ମୀ ଏହି ଗଜଲକ୍ଷ୍ମୀ ସ୍ବରପୂରେ ପ୍ରକଟ ହୋଇଥିଲେ । ଓଡ଼ିଶାରେ ଆଶ୍ବିନ ମାସର ପୂର୍ଣ୍ଣିମା କୁମାର ପୂର୍ଣ୍ମମା ଦିନ ମାଆଙ୍କର ପୂଜା ପାଳନ କରାଯାଇଥାଏ । ଅଷ୍ଟଲକ୍ଷ୍ମୀଭାବେ ମାଆଙ୍କର ବିଭିନ୍ନ ସ୍ବରୂପକୁ ସର୍ବଦା ପୂଜା କରାଯାଇଥାଏ । ଯାହାଫଳରେ ଜୀବନରେ ବିଦ୍ୟା, ଧନ, ସମୃଦ୍ଧି, ଆୟୁଷ, ନିରୋଗ ସହ ବିଜୟ ପ୍ରାପ୍ତ ହୋଇଥାଏ ।
ସନ୍ତୋଷ କୁମାର ଶତପଥୀ
ସମୟ ପ୍ରତିନିଧି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।