ଦିନିକିଆ ସିରିଜ୍‌ ପୂର୍ବରୁ ଶୁବମନ ଗିଲ୍‌ଙ୍କ ବଡ଼ ବୟାନ: କହିଲେ, ବୁମ୍‌ରା-ପାଣ୍ଡ୍ୟାଙ୍କ ବିନା ବି ଆମେ…

Nov 03, 2026 - 10:20
ଦିନିକିଆ ସିରିଜ୍‌ ପୂର୍ବରୁ ଶୁବମନ ଗିଲ୍‌ଙ୍କ ବଡ଼ ବୟାନ: କହିଲେ, ବୁମ୍‌ରା-ପାଣ୍ଡ୍ୟାଙ୍କ ବିନା ବି ଆମେ…

ନୂଆଦିଲ୍ଲୀ,୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ରୁ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଖେଳୁଥିବା ଦେଖିବା ପାଇଁ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି। ତେବେ ଦଳର ଦୁଇ ପ୍ରମୁଖ ଖେଳାଳି ଜସପ୍ରୀତ ବୁମ୍‌ରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ୍‌ରେ ଖେଳିବେ ନାହିଁ। ଏହାକୁ ନେଇ ଅଧିନାୟକ ଶୁବମନ ଗିଲ ବଡ଼ ବୟାନ ଦେଇଛନ୍ତି।
ଜସପ୍ରୀତ ବୁମ୍‌ରା ନିଜ ବୋଲିଂ ବଳରେ ମ୍ୟାଚ୍‌ର ଗତି ବଦଳାଇବାର କ୍ଷମତା ରଖନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ଦଳକୁ ମଜଭୁତ କରନ୍ତି। ତେବେ ଫିଟ୍‌ନେସ୍‌ ସମସ୍ୟା ଯୋଗୁ ଉଭୟ ଖେଳାଳି ଏହି ସିରିଜ୍‌ର ବାଦ ପଡ଼ିଛନ୍ତି। ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ନମନ ଧୀର ଟି-୨୦ ସିରିଜ୍‌ରେ ଫିନିଶର ଭୂମିକା ଭଲ ଭାବେ ତୁଲାଇଥିଲେ। ତେଣୁ ତାଙ୍କୁ ଦିନିକିଆରେ ମଧ୍ୟ ଏହି ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ପ୍ରେସ କନଫରେନ୍ସରେ ଗିଲ କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମ୍‌ରାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ବିନା ଖେଳି ଯଦି ଆମେ ଏହି ସିରିଜ ଜିତିପାରିବୁ, ତେବେ ଏହା ଆମ ପାଇଁ ଏକ ବଡ଼ ବୁଷ୍ଟର ହେବ।

ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶ୍ରେୟସ ଆୟର, ଈଶାନ କିଶନ, ମହମ୍ମଦ ସିରାଜ, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଆକିବ ନବୀ, ଅଂଶୁଲ କାମ୍ବୋଜ, ନୀତିଶ କୁମାର ରେଡ୍ଡୀ, ଗୁରନୂର ବରାର ଓ ନମନ ଧୀର।

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ନଭେମ୍ବର ୪ରେ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ସକାଳ ୭ଟାରେ ଟସ ପଡ଼ିବାକୁ ଥିବାବେଳେ ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ। ମ୍ୟାଚ୍‌ର ସିଧା ପ୍ରସାରଣ ସୋନି ସ୍ପୋର୍ଟସ ନେଟୱର୍କରେ ଦେଖିବାକୁ ମିଳିବ। ସେହିପରି ସୋନି ଲିଭ ଆପ ଓ ୱେବସାଇଟ୍‌ରେ ଲାଇଭ ଷ୍ଟ୍ରିମିଂ ଉପଲବ୍ଧ ହେବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।