ଦିୟା ମିର୍ଜାଙ୍କ ପ୍ରଦୂଷଣମୁକ୍ତ ଦୀପାବଳି ଅପିଲ୍କୁ ନେଇ ରାଜନୈତିକ ଝଡ଼
ମୁମ୍ବାଇ,୩ା୧୧(ପି.ଟି.): ବ୍ରିହନ୍ମୁମ୍ବାଇ ପୌର ନିଗମର ପରିବେଶ ଅନୁକୂଳ ଦୀପାବଳି ପାଳନ ପ୍ରଚାରରେ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଭିଡିଓ ସୋମବାର ରାଜନୈତିକ ବିବାଦ ସୃଷ୍ଟି କରିଛି। ଭାଜପା ନେତାଙ୍କ ପ୍ରତିବାଦ ଏବଂ ମୁମ୍ବାଇ ମେୟର ରୀତୁ ଟାଓ୍ବଡେ ଅଭିନେତ୍ରୀଙ୍କୁ ହିନ୍ଦୁ ବିରୋଧୀ କହିବା ପରେ ପୌର ନିଗମ ସୋସିଆଲ ମିଡିଆରୁ ତାଙ୍କ କ୍ଲିପ୍କୁ ହଟାଇଦେଇଛି। ମୁମ୍ବାଇରେ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ବାଣ ନ ଫୁଟାଇ ପରିବେଶ ଅନୁକୂଳ ଦୀପାବଳି ମନାଇବାକୁ ନାଗରିକମାନଙ୍କୁ ନିବେଦନ କରିଥିଲା। ଏହି ପ୍ରଚାର ଅଭିଯାନରେ ପୌର ନିଗମ ଦିୟାଙ୍କ ସମେତ କେତେଜଣ ସେଲିବ୍ରିଟିଙ୍କୁ ସାମିଲ କରିଥିଲା। ଶବ୍ଦ ଓ ବାୟୁ ପ୍ରଦୂଷଣରୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଥିବା ଦିୟାଙ୍କ କ୍ଲିପ୍କୁ ରବିବାର ହଟାଇ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।