ଧନତେରସ

Nov 06, 2026 - 14:10
ଧନତେରସ

 

ପବିତ୍ର ପର୍ବ ଦୀପାବଳିର ଆଦ୍ୟ ପର୍ବ ‘ଧନତେରସ’  ସାରା ରାଜ୍ୟରେ ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ନିଷ୍ଠାର ସହିତ ପାଳନ କରାଯାଇଥାଏ । କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଆୟୁର୍ବେଦର ଜନକ ଧନ୍ୱନ୍ତରୀ, ସମୃଦ୍ଧିର ଦେବୀ ମହାଲକ୍ଷ୍ମୀ, ଧନର ଦେବତା କୁବେରଙ୍କର ପୂଜାରାଧନା କରାଯିବାର ପରମ୍ପରା ରହିଛି । ବିଶ୍ୱାସ ରହିଛି ଯେ, ସମୁଦ୍ର ମନ୍ଥନ ସମୟରେ ଏହି ଦିନ ଭଗବାନ୍ ଧନ୍ୱନ୍ତରୀ ହାତରେ ଅମୃତ କଳସ ଧରି ପ୍ରକଟ ହୋଇଥିଲେ, ଯାହା ଫଳରେ ଏହି ଦିନ ନୂତନ ସୁନା, ରୂପା, ବାସନକୁସନ, ଯାନବାହନ, ଗୃହୋପକରଣ ଏବଂ ଝାଡ଼ୁ କିଣିବାକୁ ଅତ୍ୟନ୍ତ ଶୁଭ ଓ ସମୃଦ୍ଧିଦାୟକ ମନେକରାଯାଏ । ଏହି ଶୁଭ ଅବସରରେ ଘରର ମୁଖ୍ୟ ଦ୍ୱାରରେ ଆଲୋକମାଳା ସଜାଯାଇ କୁବେର ଓ ଲକ୍ଷ୍ମୀଙ୍କୁ ଆବାହନ କରାଯାଉଥିବା ବେଳେ, ଅକାଳ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଦକ୍ଷିଣ ଦିଗକୁ ମୁହଁ କରି ‘ଜମଦୀପ’ ପ୍ରଜ୍ୱଳନ କରାଯାଏ । ଧନତେରସର ଶୁଭ ମୁହୂର୍ତ୍ତରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର, ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି ଏବଂ ନୂତନ ଜିନିଷ କ୍ରୟ କରିବା ପାଇଁ ପ୍ରଭାତରୁ ରାତି ପର୍ଯ୍ୟନ୍ତ ଗହଣା ଦୋକାନ, ବାସନ ମାର୍କେଟ୍, ଶୋ’ରୁମ୍ ଏବଂ ପୂଜା ବଜାରଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।