ଧନତେରସ ପୂର୍ବରୁ ବଜାରରେ ଚହଳ! ୯ଘଣ୍ଟାରେ ୮ହଜାର ଖସିଲା ସୁନା-ରୂପା ଦର, ଏକ୍ସପର୍ଟ କହିଲେ ଆଗକୁ…

Nov 04, 2026 - 12:05
ଧନତେରସ ପୂର୍ବରୁ ବଜାରରେ ଚହଳ! ୯ଘଣ୍ଟାରେ ୮ହଜାର ଖସିଲା ସୁନା-ରୂପା ଦର, ଏକ୍ସପର୍ଟ କହିଲେ ଆଗକୁ…

ନୂଆଦିଲ୍ଲୀ,୪।୧୧: ଦୀପାବଳି ଏବଂ ଧନତେରସ ପୂର୍ୱରୁ ସୁନା ଏବଂ ଚାନ୍ଦି ଦରରେ ପ୍ରବଳ ଉପର-ତଳ ଦେଖିବାକୁ ମିଳୁଛି। ସୁନା ଓ ଚାନ୍ଦିର ଚମକ କେତେବେଳେ ଫିକା ପଡ଼ୁଥିବା ବେଳେ ପୁଣି କେତେବେଳେ ବଢ଼ୁଥିବା ନଜର ଆସୁଛି। ମାତ୍ର କିଛି ଘଣ୍ଟା ଭିତରେ ଦର ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଖସି ଯାଉଛି। ଏଭଳି ପରିସ୍ଥିତିରେ କିଣାକିଣି କରୁଥିବା ଲୋକଙ୍କ ପାଇଁ ବଜାରରେ ସୁଯୋଗ ସୃଷ୍ଟି ହେଉଥିବା ଦେଖାଯାଉଛି। ସମ୍ପ୍ରତି କମୋଡିଟି ବଜାରରେ ଦର ଏକ ବର୍ଷର ସର୍ୱନିମ୍ନ ସ୍ତରରେ ପହଞ୍ଚିବା ପରେ ସାମାନ୍ୟ ବୃଦ୍ଧି ଦେଖାଯାଇଥିଲା, କିନ୍ତୁ ପୁଣିଥରେ ହ୍ରାସ ଘଟିଛି। ଆଜି ବୁଧବାର, ନଭେମ୍ୱର 4 ତାରିଖରେ MCX ଖୋଲିବାକ୍ଷଣି ସୁନା ଓ ଚାନ୍ଦିରେ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବାର 50 ମିନିଟ ଭିତରେ ଚାନ୍ଦିରେ ପ୍ରାୟ 1,000 ଟଙ୍କାର ହ୍ରାସ ଘଟିଥିବା ବେଳେ ସୁନାରେ ହ୍ରାସ ପରେ ପୁନରୁଦ୍ଧାର ଏବଂ ଅତି ସାମାନ୍ୟ ବୃଦ୍ଧି ଘଟିଥିବା ଦେଖାଯାଇଛି।

Dhanteras 2026 ଅନ୍ୟପକ୍ଷେ, ଗତକାଲି ମଙ୍ଗଳବାର ଦିନ ସୁନା-ଚାନ୍ଦିରେ ଏକ ବଡ଼ଧରଣର ହ୍ରାସ ଘଟିଥିଲା। MCX ରେ ଦର ପ୍ରାୟ 8 ହଜାର ଟଙ୍କା ପର୍ଯ୍ୟନ୍ତ ଖସିଯାଇଥିଲା।

ସକାଳ 9ଟାରେ ଘରୋଇ କମୋଡିଟି ବଜାର ଖୋଲିଥିଲା ଏବଂ ସଂଧ୍ୟା 6ଟା ସୁଦ୍ଧା ସୁନା ଓ ଚାନ୍ଦିର ମୂଲ୍ୟରେ ପ୍ରାୟ 8,000 ଟଙ୍କାର ହ୍ରାସ ରେକର୍ଡ କରାଯାଇଥିଲା। MCX ରେ ଡିସେମ୍ୱର 4 ତାରିଖ ବିତରଣ (ଡେଲିଭରି) ଥିବା ସୁନା 1,39,421 ଟଙ୍କାର ହାଇ ଛୁଇଁବା ପରେ ବହୁତ ତଳକୁ ଖସିଆସିଥିଲା। ଓପନିଂ ଦରଠାରୁ ପ୍ରାୟ 1.17 ପ୍ରତିଶତ ବା 1,641 ଟଙ୍କା ହ୍ରାସ ପାଇ 1,38,545 ଟଙ୍କା ମୂଲ୍ୟରେ କାରବାର କରୁଥିବା ଦେଖାଯାଇଥିଲା। ଏହି ଦରଗୁଡ଼ିକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 6ଟାର ଅଟେ।

ସେହିପରି ଚାନ୍ଦି କଥା କହିଲେ, ଡିସେମ୍ୱର 4 ତାରିଖ ବିତରଣ ଥିବା ଚାନ୍ଦି 3.43 ପ୍ରତିଶତ ବା 6,307 ଟଙ୍କା ହ୍ରାସ ସହିତ 1,77,472 ଟଙ୍କା ମୂଲ୍ୟରେ କାରବାର କରୁଥିବା ନଜର ଆସିଥିଲା। ମଙ୍ଗଳବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦିନସାରାର କାରବାରରେ ଚାନ୍ଦି 1,82,887 ଟଙ୍କାର ହାଇ ଛୁଇଁଥିବା ବେଳେ 1,75,251 ର ନିମ୍ନ ସ୍ତରକୁ ମଧ୍ୟ ଆସିଯାଇଥିଲା।

ସୁନା-ଚାନ୍ଦି ଦରରେ ଆଜି ବୁଧବାର ମଧ୍ୟ ଚଢ଼ଉ-ଓହ୍ଲାଉ ଦେଖିବାକୁ ମିଳୁଛି। ଆଜି ନଭେମ୍ୱର 4 ତାରିଖରେ ଏମସିଏକ୍ସ (MCX) ରେ ସୁନା ହ୍ରାସ ସହିତ ଖୋଲିଥିଲା, କିନ୍ତୁ କିଛି ସମୟ ଭିତରେ 0.22 ପ୍ରତିଶତ ବା 316 ଟଙ୍କାର ବୃଦ୍ଧି ସହିତ 1,39,762 ଟଙ୍କା ମୂଲ୍ୟରେ କାରବାର କରୁଥିବା ଦେଖାଯାଇଥିଲା। ସେହିପରି ଡିସେମ୍ୱର 4 ତାରିଖ ବିତରଣ ଥିବା ଚାନ୍ଦି ପ୍ରାୟ 1,000 ଟଙ୍କା ହ୍ରାସ ସହିତ 1,78,650 ଟଙ୍କା ମୂଲ୍ୟରେ କାରବାର କରୁଥିବା ନଜର ଆସିଥିଲା।

ବୁଲିୟନ ବଜାରରେ ମଧ୍ୟ ସୁନା-ଚାନ୍ଦିର ଦର ଉପର-ତଳ ହେଉଛି। ଆଜି ନଭେମ୍ୱର 4 ତାରିଖ ବୁଧବାର ଦିନ ଦେଶରେ 24 କ୍ୟାରେଟ ସୁନାର ହାରାହାରି ଦର 1,38,360 ଟଙ୍କା ପ୍ରତି 10 ଗ୍ରାମ ରହିଛି। 22 କ୍ୟାରେଟ ସୁନା 1,26,720 ଟଙ୍କା ପ୍ରତି 10 ଗ୍ରାମ ମୂଲ୍ୟରେ ବିକ୍ରି ହେଉଛି। ସେହିପରି ଚାନ୍ଦି କଥା କହିଲେ ଏହା 1,77,210 ଟଙ୍କା ପ୍ରତି କିଲୋଗ୍ରାମ ଚାଲିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ, କମେକ୍ସ (Comex) ସୁନା ପ୍ରତି  3,910 ଡଲାର ସ୍ତର ଆଡ଼କୁ ଖସିବା ଏବଂ କ୍ରମାଗତ ପ୍ରଫିଟ ବୁକିଂ (ଲାଭ ସଂଗ୍ରହ) ହେତୁ ସୁନା ଉପରେ ଚାପ ଜାରି ରହିଛି। ସୁନା ଉପରେ ଥିବା ଏହି ଚାପ ମୂଲ୍ୟକୁ ଅତ୍ୟଧିକ ବିକ୍ରି ହୋଇଥିବା (Overbought/Oversold) ପରିସର ନିକଟକୁ ପହଞ୍ଚାଇ ଦେଇଛି, ଯଦିଓ ଏଥିରେ ଯେକୌଣସି ଦୃଢ଼ ସୁଧାର ନୂତନ କିଣାକିଣି ଏବଂ ବିଶ୍ୱସ୍ତରୀୟ ସଙ୍କେତ ଉପରେ ର୍ନିଭର କରିବ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସପ୍ତାହରେ ବଜାରର ନଜର ଆମେରିକା ସହିତ ଜଡ଼ିତ ପ୍ରମୁଖ ଘଟଣାଗୁଡ଼ିକ ଉପରେ ରହିବ, ବିଶେଷକରି ଆମେରିକୀୟ ର୍ନିବାଚନ, ବେକାରୀ ତଥ୍ୟ ଏବଂ ’ନନ-ଫାର୍ମ ପେରୋଲ’ ତଥ୍ୟ ଉପରେ, ଯାହା ଫେଡ (Federal Reserve) ର ଭବିଷ୍ୟତ ନୀତିଗତ ଆଭିମୁଖ୍ୟ ବିଷୟରେ ଅଧିକ ସ୍ପଷ୍ଟତା ପ୍ରଦାନ କରିପାରିବ। ବୈଷୟିକ ଦୃଷ୍ଟିକୋଣରୁ, 1,42,000 ଟଙ୍କା ପ୍ରତି 10 ଗ୍ରାମ ସ୍ତର ଏକ ବଡ଼ ପ୍ରତିବନ୍ଧକ କ୍ଷେତ୍ର (Resistance zone) ହୋଇ ରହିଛି। ନିକଟ ଭବିଷ୍ୟତର ଦୃଷ୍ଟିକୋଣରୁ ସୁନାରେ ସୁଧାର ଆସିବା ପାଇଁ ମୂଲ୍ୟ ଏହି ସ୍ତର ଉପରେ ତିଷ୍ଠି ରହିବା ଅତ୍ୟନ୍ତ ଜରୁରୀ ଅଟେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।