ନଦୀକୁ ଡେଇଁ ଯୁବକ ନିଖୋଜ

Aug 28, 2026 - 11:22
ନଦୀକୁ ଡେଇଁ ଯୁବକ ନିଖୋଜ

ଜଗତସିଂହପୁର : ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ଘାଟ ପୋଲ ଉପରୁ ନଦୀକୁ ଡେଇଁ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ହେଉଛନ୍ତି ତିହୁଡା ଗାଁର ଶିଖର ପାଢ଼ୀଙ୍କ ୨୨ ବର୍ଷୀୟ ପୁଅ ଶୈଲେଶ ପାଢ଼ୀ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । 

ସୂଚନା ଅନୁସାରେ, ଆଜି ଭୋର ସମୟରେ ଶୈଲେଶ ପାଢ଼ୀ ଦେବୀ ନଦୀ ଘାଟ ପୋଲ ଉପରେ ନିଜ ସ୍କୁଟିକୁ ରଖି ଦେବୀ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ଦୀର୍ଘ ସମୟ ଧରି ସ୍କୁଟି ଟି ପୋଲ ଉପରେ ରହିଥିବା ଦେଖି ସ୍ଥାନୀୟ ଲୋକେ ନାଉଗାଁ ଅଗ୍ନିଶମ ବାହିନୀ ସହ ନାଉଗାଁ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ନାଉଗାଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ଶୈଲେଶ କାହିଁକି ନଦୀକୁ ଡେଇଁଲେ, ଏହା ପଛରେ କଣ କାରଣ ରହିଛି, ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସନ୍ଧାନ କାର୍ଯ୍ୟ ଜାରି ରହିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।