ପିୟୁସିସି ଫାଇନ ହ୍ରାସ କଲେ ରାଜ୍ୟ ସରକାର
ଭୁବନେଶ୍ୱର : କମିଲା ପିୟୁସିସି ଫାଇନ । ୧୦ ହଜାର ଟଙ୍କା ରୁ ୬ ହଜାର ଟଙ୍କାକୁ କମିଲା ପିୟୁସିସି ଫାଇନ । ଏନେଇ ଆଜି ଏକ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ପରିବହନ ମନ୍ତୀ ଶ୍ରୀ ବିଭୁତି ଭୂଷଣ ଜେନା । ପୂର୍ବରୁ ପିୟୁସିସି ନଥିଲେ ୧୦ହଜାର ଟଙ୍କା କାଟିବ ବୋଲି ଫାଇନ କରାଯାଇଥିଲା ଇ ଯାହାକୁ ନେଇ ତେଜିଥିଲା ଅସନ୍ତୋଷ ।
ବାଇକ ପାଇଁ ପ୍ରଥମ ଥର ନିୟମ ଭାଙ୍ଗିଲେ ୧ହଜାର ଫାଇନ ଏବଂ ୨ୟ ଥର ନିୟମ ଭାଙ୍ଗିଲେ ୨ ହଜାର ଫାଇନ କରାଯାଇଛି । ସେହିପରି ୩ ଚକିଆ ଯାନ ପ୍ରଥମ ଥର ନିୟମ ଭାଙ୍ଗିଲେ ୨ ହଜାର ଟଙ୍କା ଏବଂ ୨ୟ ଥର ନିୟମ ଭାଙ୍ଗିଲେ ୨ ହଜାର ଟଙ୍କା , କାର , ବସ , ଟ୍ରକ ,କ୍ୟାବ ପ୍ରଥମ ଥର ପାଇଁ ନିୟମ ଭାଙ୍ଗିଲେ ୨ ହଜାର ଏବଂ ୨ ଥର ପାଇଁ ୫ ହଜାର ଟଙ୍କା ଏବଂ ଅନ୍ୟ ଗାଡି ପାଇଁ ପ୍ରଥମ ଥର ନିୟମ ଭାଙ୍ଗିଲେ ୩ ହଜାର, ୨ୟ ଥର ପାଇଁ ୬ ହଜାର ଟଙ୍କା ଫାଇନ କରାଯାଇଛି । ଗାଡି ପାଇଁ ଯାହା ନିୟମ ଅଛି ତାହା ମାନିବାକୁ ପଡିବ ଏବଂ ଆବଶ୍ୟକୀୟ କାଗଜପତ୍ର କରିବାକୁ ପଡିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।