ନାହିଁ ନାହିଁରେ ଚାଲିଛି ମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର ; ରକ୍ଷଣାବେକ୍ଷଣ ଅଭାବର ଜରାଜୀର୍ଣ୍ଣପ୍ରାୟ

Jun 28, 2026 - 18:02
ନାହିଁ ନାହିଁରେ ଚାଲିଛି ମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର ; ରକ୍ଷଣାବେକ୍ଷଣ ଅଭାବର ଜରାଜୀର୍ଣ୍ଣପ୍ରାୟ

ନନ୍ଦିଘୋଷ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର। ରକ୍ଷଣାବେକ୍ଷଣ ଅଭାବର ଜରାଜୀର୍ଣ୍ଣପ୍ରାୟ।  ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦୪ ରେ ଲୋକଙ୍କ ସହାୟତାରେ ତିଆରି ହୋଇଥିଲା ମେଡିକାଲ । ହେଲେ ଅନୁଦାନ ଅଭାବରୁ ଅବହେଳିତ ଅବସ୍ଥାରେ ପଡିରହିଛି ।  ସପ୍ତାହକୁ ମାତ୍ର ଥରେ ଆସୁଛନ୍ତି ଡାକ୍ତର । ଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ ।

ଜରାଜୀର୍ଣ୍ଣ ଅବସ୍ଥାରେ ମିତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର । ଭିତ୍ତିଭୂମି ରହିଛି, ହେଲେ ହୋଇପାରୁନି ରକ୍ଷଣାବେକ୍ଷଣ । ମିଳିପାରୁନି ସରକାରୀ ଅନୁଦାନ । ଆସୁନାହାଁନ୍ତି ଡାକ୍ତର । ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ବାଲେଶ୍ବର ଜିଲ୍ଲା ନୀଳଗିରି ଓ ରେମୁଣା ବ୍ଳକରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦୪ରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତିଆରି ହୋଇଥିଲା ମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର । ୧୨ ପଞ୍ଚାୟତର ଲୋକେ ସହଜରେ ପାଇପାରୁଥିଲେ ସ୍ବାସ୍ଥ୍ୟସେବା। କିନ୍ତୁ ଏବେ ସରକାରୀ ଅନୁଦାନ ମିଳୁନଥିବାରୁ ସପ୍ତାହକୁ ଥରେ ମାତ୍ର ଆସୁଛନ୍ତି ଡାକ୍ତର । ଦୈନିକ ୨୦ରୁ ୩୦ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବାବେଳେ ଉପଯୁକ୍ତ ସେବାରୁ ହେଉଛନ୍ତି ବଞ୍ଚିତ ।

ଖଣି ଖାଦାନଭରା ଏହି ଅଞ୍ଚଳରେ ଯକ୍ଷ୍ମା, ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଜ୍ବର ବ୍ୟାପିଲେ ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି।  ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି ରୋଗୀ। ମିତ୍ରପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ସରକାର ଦୃଷ୍ଟି ଦେବା ସହ ଅନୁଦାନ ଯୋଗାଇଦେଲେ ଉତ୍ତମ ସ୍ଵାସ୍ଥ୍ୟ ସେବା ପାଇପାରନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।