ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

Sep 23, 2026 - 19:46
ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଶିବପ୍ରସାଦ ଜାତୀୟସ୍ତର ପ୍ରତିଯୋଗିତାରେ ସଫଳତା ହାସଲ ପାଇଁ ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବୁଧବାର ସ୍ବର୍ଣ୍ଣ ପଦକ ହାସଲକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଯୁବ ସ୍ବେଚ୍ଛାସେବୀ ତଥା ଏନଏସି ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ପୂର୍ବତନ ଏନଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକି, ସାମାଜିକ କର୍ମୀ ଉମା ମାହାନ୍ତି, ଅସ୍ମିତ ପଣ୍ଡା, ମନୋଜ ପ୍ରଧାନ,ଗୌରବ ଆଣିଛନ୍ତି ।

ଲେହ ଲାଦାଖରେ ନ୍ୟାସନାଲ ଚମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତି ଆସନ୍ତା ଅକ୍ଟୋବର 20 ରେ ଇଣ୍ଡୋନେସିଆ ଗ୍ରସ୍ତ କରିବେ ଶିବପ୍ରସାଦ । ଏଥିସହ ଶିବପ୍ରସାଦ ଅନ୍ୟ ନ୍ୟାସନାଲ ଗେମ୍ସରେ ମଧ୍ୟ ଦୁଇଟି ବ୍ରୋଞ୍ଜ ଓ ଦୁଇଟି ରୌପ୍ୟ (ସିଲଭର )ପଦକ ମଧ୍ୟ ହାସଲ କରିଥିବା ଜଣା ପଡିଛି । ସେ କାଶ୍ମୀର ଓ ଉତ୍ତରାଖଣ୍ଡ ଦୁଇ ରାଜ୍ୟର ଖେଳାଳିଙ୍କୁ ପଛରେ ପକାଇ ଶିବପ୍ରସାଦ ସ୍ବର୍ଣ୍ଣପଦକ ହାସଲ କରିଥିବା ଜଣା ପଡିଛି । ଓଡିଶାର ଏକମାତ୍ର ଶିବପ୍ରସାଦ ଗୋଲଡ଼ ମେଡାଲ ଜିତି ରାଜ୍ୟ ଓ ଜିଲା ପାଇଁ ଗୌରବ ଆଣିଛନ୍ତି  ।

ଗତ ବର୍ଷ ମହାରାଷ୍ଟ୍ରର ନାସିକ ଠାରେ ଆୟୋଜିତ ନ୍ୟାସନାଲ ପେନକାକ ସ୍ପୋଷ୍ଟ ଚମ୍ପିୟାନସିପ ସବଜୁନିୟର ବର୍ଗରେ ଶିବପ୍ରସାଦ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନିଜର ଦକ୍ଷତା ପଦର୍ଶନ କରି ଜାତୀୟ ସ୍ତରକୁ ମନୋନୀତ ହୋଇଥିଲେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।