ବଲାଙ୍ଗୀରରେ ଆୟୁର୍ବେଦ ଦିବସ: ସୁସ୍ଥ ଆହାରକୁ ନେଇ…

Sep 23, 2026 - 16:34
ବଲାଙ୍ଗୀରରେ ଆୟୁର୍ବେଦ ଦିବସ: ସୁସ୍ଥ ଆହାରକୁ ନେଇ…

ବଲାଙ୍ଗୀର,୨୩ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ବୁଧବାର ୧୧ତମ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଏହାକୁ ବଲାଙ୍ଗୀର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ ) ଅଜିତ ବିଶି ମୁଖ୍ୟଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆୟୁର୍ବେଦ ମହାବିଦ୍ୟାଳୟରେ ଆୟୁର୍ବେଦ ଆହାର ଆଧାରିତ ‘ଆୟୁର ଫୁଡ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଡାକ୍ତରୀ ଛାତ୍ରୀଛାତ୍ର ବିବିଧ ଆୟୁର୍ବେଦ ସମ୍ମତ ସୁସ୍ଥ ଆହାର ସମୂହକୁ ପ୍ରଦର୍ଶନ କରିଥିଲେ। ବଲାଙ୍ଗୀର ଡିଏଫଓ ଛାତ୍ରୀଛାତ୍ରଙ୍କ ଆର୍ୟୁବେଦ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଆୟୁର୍ବେଦର ଉନ୍ନତି ପାଇଁ ନିଜର ମତାମତ ରଖିଥିଲେ ଓ ଛାତ୍ରୀଛାତ୍ରଙ୍କୁ ଭଲ ଆୟୁର୍ବେଦ ଚିକିତ୍ସକ ହେବା ପାଇଁ ଅନୁପ୍ରାଣିତ କରିଥିଲେ। ମହାବିଦ୍ୟାଳୟର ଅନୁଷ୍ଠିତ ସ୍ବାସ୍ଥ୍ୟସେବା ଶିବିରକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ସ୍ବାସ୍ଥ୍ୟ ଶିବିରରେ ଲେପ୍ରା ସୋସାଇଟି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ସହ ଚଷମା ବିତରଣ କରଯାଇଥିଲା।

ଅଧ୍ୟକ୍ଷ ପ୍ରଫେସର୍‌ ଡ. ମନୋଜ ସାହୁ ଆୟୁର୍ବେଦ ଦିବସ ଉତ୍ସବରେ ସମସ୍ତଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ଅତିଥି ଆୟୁର୍ବେଦିକ ପରିସରରେ ଔଷଧୀୟ ବୃକ୍ଷରୋପଣ କରିବା ସହ ଗଛ ପ୍ରେମୀମାନଙ୍କୁ ଔଷଧୀୟ ବୃକ୍ଷ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୁର୍ବେଦର ପ୍ରସାର ପ୍ରଚାର ପାଇଁ ପରିଚାଳନା କମିଟିର ନୋଡାଲ ଅଫିସର ଡ ସୀମାଦ୍ରୀ ନାୟକ, ଉପଅଧୀକ୍ଷକ ଶାରେଦେଶ୍ୱରୀ ଆୟୁର୍ବେଦିକ ହସ୍ପିଟାଲ ସଞ୍ଜୀବ କୁମାର ଦୋରା, ଡ଼ା ବୁଦ୍ଧଦେବ ମିଶ୍ର ଓ ଡା. ନିଗମାନନ୍ଦ ବଳଙ୍କ ଉପସ୍ଥିତିରେ ସକାଳୁ ଏକ ରାଲି କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ସହର ପରିକ୍ରମା କରାଯାଇଥିଲା। ଅଧ୍ୟକ୍ଷ ପ୍ରଫେସର୍‌ ମନୋଜ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ରାଲିରେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଓ ପ୍ରଫେସର , ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।