ପରଦାରେ ରାଖି

Aug 28, 2026 - 16:14
ପରଦାରେ ରାଖି

 

 ଓଡିଆ ସିନେମା ଜଗତରେ ରାକ୍ଷୀକୁ ନେଇ ଅନେକ ଚଳଚ୍ଚିତ୍ର ରହିଛି, ଯାହା ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କକୁ ପରଦାରେ ଜୀବନ୍ତ କରିଛି । ଏହି ଫିଲ୍ମ ଗୁଡିକ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ କରୁଛି ।

ରାଖି  ଭିଜିଗଲା ଆଖି ଲୁହରେ

ଭାଇ ଓ ଭଉଣୀଙ୍କ ନିଷ୍କାପଟ ଭଲପାଇବା ଏବଂ କର୍ତ୍ତବ୍ୟର କାହାଣୀକୁ ନେଇ ଗଢ଼ା ହୋଇଥିଲା ଏହି ସିନେମା। ବିଜୟ ମହାନ୍ତି ଓ ରଚନାଙ୍କ ଅଭିନୀତ ଏହି ଫିଲ୍ମର ଗୀତ 'ସୁନା ରାକ୍ଷୀ ସୁନା ଭଉଣୀ...' ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲା। କାହାଣୀଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

 

ଫେରିଆ ମୋ ସୁନା ଭଉଣୀ

ଭାଇ ଦେବୁ (ମିହିର ଦାସ) ଏବଂ ତାଙ୍କ ସ୍ନେହର ଭଉଣୀ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ନେଇ କାହାଣୀ ଗତିଶୀଳ। ଭଉଣୀକୁ ବିପଦରୁ ରକ୍ଷା କରିବା ପାଇଁ ଭାଇର ସଂଘର୍ଷ ଏବଂ 'ମୋ ଆଖି ତାରା ତୁ ମୋ ଝୁଲଣା ଚାନ୍ଦ ଲୋ' ଗୀତଟି ରାକ୍ଷୀ ଆବେଗକୁ ସ୍ମରଣୀୟ କରିଥାଏ।

 

ରାଖି  ବାନ୍ଧିଲି ମୋ ରଖିବ ମାନ

ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଓ ଅନୁ ଚୌଧୁରୀଙ୍କ ଅଭିନୀତ ଏହି ଫିଲ୍ମଟି ଏକ ସଫଳ ସିନେମା। ଭଉଣୀର ସମ୍ମାନ ରକ୍ଷା ଏବଂ ସୁରକ୍ଷା ପାଇଁ ଭାଇର ସଂକଳ୍ପକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମର 'ଭାଇ ତୋତେ ମୋର ରହିଲା ରାଣ' ଗୀତଟି ବେଶ୍ ଲୋକପ୍ରିୟ।

ଏଇ ରାଖି  ତୋ ରକ୍ଷା କବଚ

ଜୀ ସାର୍ଥକ ବ୍ୟାନରରେ ନିର୍ମିତ ଏହି ସିନେମାଟି ସମ୍ପୂର୍ଣ୍ଣ ଭାବେ ଭାଇ-ଭଉଣୀର ନିଷ୍କାପଟ ସ୍ନେହ ଓ ସୁରକ୍ଷାର ସଂକଳ୍ପ ଉପରେ ଆଧାରିତ। ଭଉଣୀର ସୁଖ ଓ ସୁରକ୍ଷା ପାଇଁ ଭାଇର ସଂଘର୍ଷ ଏହାର ମୂଳ କାହାଣୀ। ଯାହାକୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।