ହାତରେ କି ବୋର୍ଡ ଟାଟୁ
କାନାଡାର ଜେସିକା ଫ୍ଲେଚର ନାମ୍ନୀ ଜଣେ ମହିଳା ନିଜର ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ହଣ୍ଟରଙ୍କ ସହ ସହଜରେ କଥାବାର୍ତ୍ତା କରିବା ପାଇଁ ନିଜ ହାତରେ ଏକ କିବୋର୍ଡ ଟାଟୁ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହଣ୍ଟର କଥା କହି ପାରୁନଥିବାରୁ ଯୋଗାଯୋଗ ପାଇଁ ଏକ କମ୍ୟୁନିକେସନ ଟ୍ୟାବଲେଟ୍ ବ୍ୟବହାର କରିଥାଆନ୍ତି । ହେଲେ ଗୋଟିଏ ଦିନ ଖାଇବା ସମୟରେ ତାର ବ୍ୟାଟେରୀ ସରିଯିବାରୁ ସେ ନାପକିନ୍ ଉପରେ କିବୋର୍ଡ ଆଙ୍କି ଅକ୍ଷର ଆଡ଼କୁ ଇଶାରା କରି ନିଜ ଅର୍ଡର ବୁଝାଇଥିଲେ । ଏହି ଉପାୟ ଦ୍ୱାରା ପ୍ରଭାବିତ ହୋଇ ଜେସିକା ନିଜ ହାତରେ ଅକ୍ଷର, ହ୍ୟାପି, ସ୍ୟାଡ୍ ଏବଂ ‘ଆଇ ଲଭ ୟୁ’ ସିମ୍ବଲ୍ ଥିବା ଏକ କିବୋର୍ଡ ଟାଟୁ ଆଙ୍କିଦେଇଥିଲେ। ଏହି ଟାଟୁ ମାଧ୍ୟମରେ ହଣ୍ଟର ବିନା କୌଣସି ଡିଭାଇସରେ ମା’ ସହ ଗୋପନରେ କଥା ହୋଇପାରୁଥିବା ବେଳେ ସେ ପ୍ରଥମେ ମା’ଙ୍କ ହାତରେ ‘ମାମା’ ବୋଲି ଲେଖିଥିଲେ । କେବେଳ ମାଆ ନୁହେଁ ହଣ୍ଟରଙ୍କ ସାଙ୍ଗମାନଙ୍କ ପାଇଁ ମଧ୍ୟ କି ବୋର୍ଡ ଥିବା ସାର୍ଟ ପ୍ରସ୍ତୁତ କରାଯାଇଛି, ଯାହା ସେମାନଙ୍କୁ ଯୋଗାଯୋଗରେ ସାହାଯ୍ୟ କରିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।