ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

Sep 05, 2026 - 23:02
ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା ଭାରତୀୟ ଦଳର ଏହା ଲଗାତର ତୃତୀୟ ବିଜୟ।

ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୧ ଓଭରରେ ୫୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମୁନିବା ଅଲୀ(୧୩) ଓ ଶାଓ୍ବାଲ ଜୁଲଫିକର (୧୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ଶ୍ରୀ ଚରନୀ ଓ ପ୍ରେମା ରାଓ୍ବତ ୩ ଲେଖାଏ ଏବଂ ଦୀପ୍ତି ଶର୍ମା ୨ ଉଇକେଟ ନେଇଥିଲେ।

ଜବାବରେ ଭାରତ ୮.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପାଇଁ ଅଧିନାୟକ ହରମନପ୍ରୀତ କୌର ୧୮ ଓ ଦୀପ୍ତି ୧୨ ରନ କରି ମ୍ୟାଚ୍‌ ଫିନିଶ କରିଥିଲେ। ଏହି ମ୍ୟାଚ୍‌ ଜରିଆରେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ହରମନପ୍ରୀତ ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଜାତୀୟ ଦଳର ନେତୃତ୍ୱ ନେଇଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।