ପାଣି ଭିତରେ ୫ବର୍ଷ

Aug 11, 2026 - 15:35
ପାଣି ଭିତରେ ୫ବର୍ଷ

 

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ବେଲଡାଙ୍ଗା ଅଞ୍ଚଳର ୧୬ ବର୍ଷୀୟ କିଶୋର ଇକବାଲ ଶେଖ ଗତ ପ୍ରାୟ ୫ ବର୍ଷ ଧରି ପ୍ରତିଦିନ ଅଧିକାଂଶ ସମୟ ପୋଖରୀ ଜଳ ମଧ୍ୟରେ ବିତାଉଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଇକବାଲଙ୍କ କହିବା ଅନୁଯାୟୀ, ପାଣିରୁ ବାହାରିଲେ ତାଙ୍କ ଶରୀରରେ ପ୍ରବଳ ଜଳାପୋଡ଼ା ଅନୁଭବ ହୋଇଥାଏ, ଯାହା ପାଣି ମଧ୍ୟରେ ରହିଲେ କମିଯାଏ । ତେବେ ସେ ନିଜର ଏହି ସମସ୍ୟାକୁ କୌଣସି ଅଦୃଶ୍ୟ ଶକ୍ତି ସହ ଯୋଡ଼ୁଥିଲେ ମଧ୍ୟ ଏହାର କୌଣସି ପ୍ରମାଣ ମିଳିନାହିଁ । ଦୀର୍ଘ ସମୟ ପାଣିରେ ରହିବା ଯୋଗୁଁ ତାଙ୍କ ହାତ-ଗୋଡ଼ର ଚର୍ମ ଧଳା ପଡ଼ିଯିବା ସହ ସେ ନିୟମିତ ଥଣ୍ଡା-କାଶ ସମସ୍ୟାରେ ପୀଡ଼ିତ ହେଉଛନ୍ତି । ସରକାରୀ ହସ୍ପିଟାଲରେ ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବା ବେଳେ, ବେସରକାରୀ ହସ୍ପିଟାଲରେ ଖର୍ଚ୍ଚ ବହନ କରିବାକୁ ପରିବାରର ଆର୍ଥିକ ସମ୍ବଳ ନାହିଁ । ଏହି ବିଚିତ୍ର ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିବାକୁ ଆସି ଚୂଡ଼ା ଓ ବିସ୍କୁଟ ଦେଉଛନ୍ତି ଏବଂ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।