ପାରା ଏସିଆନ ଗେମ୍ସ: ୫ ହଜାର ବର୍ଷର ଐତିହ୍ୟ ପ୍ରଦର୍ଶିତ କଲା ଭାରତ

Oct 18, 2026 - 23:34
ପାରା ଏସିଆନ ଗେମ୍ସ: ୫ ହଜାର ବର୍ଷର ଐତିହ୍ୟ ପ୍ରଦର୍ଶିତ କଲା ଭାରତ

ନାଗୋୟା,୧୮ା୧୦: ପାରା ଏସିଆନ ଗେମ୍ସର ପଞ୍ଚମ ସଂସ୍କରଣ ରବିବାର ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ବେଳେ ଉଦ୍‌ଘାଟନୀ ଅବସରରେ ଭାରତୀୟ ଦଳର ସଦସ୍ୟମାନେ ପିନ୍ଧିଥିବା ବ୍ଲେଜର୍ସରେ ୫ ହଜାର ବର୍ଷ ପୁରୁଣା ସଭ୍ୟତାର ବିଭିନ୍ନ ଚିତ୍ର ଓ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ପ୍ରିଣ୍ଟର ସିମରନ ଶର୍ମା ଓ ଟପ୍‌ ଶଟଲର ପ୍ରମୋଦ ଭଗତଙ୍କ ନେତୃତ୍ୱରେ ୧୦୦ରୁ ଅଧିକ ଭାରତୀୟ ଆଥଲେଟ୍‌ ଭାଗ ନେଇଥିଲେ।

ଭାରତୀୟ ଆଥଲେଟ୍‌ ପରିଧାନ କରିଥିବା ବ୍ଲେଜର୍ସରେ ସିନ୍ଧୁ ସଭ୍ୟତାର ମୁଦ୍ରାଗୁଡ଼ିକର ଚିତ୍ର ରହିଥିଲା। ଭାରତୀୟ ଦଳ ପିନ୍ଧିଥିବା ବ୍ଲେଜର୍ସ ଆମ ଐତିହ୍ୟ ପାଇଁ ଏକ ସମ୍ମାନ ବୋଲି ପାରାଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ପକ୍ଷରୁ କୁହାଯାଇଛି।

ଆସନ୍ତା ୨୪ରେ ଶେଷ ହେବାକୁ ଥିବା ଇଭେଣ୍ଟରେ ପ୍ରାୟ ୩ ହଜାର ପାରା ଆଥଲେଟ୍‌ ଭାଗ ନେଉଥିବା ବେଳେ ଭାରତର ୧୬୮ ଆଥଲେଟ୍ସଙ୍କ ସମେତ ୨୮୧ ଜଣ ଭାଗ ନେଉଛନ୍ତି। ଗତ ହାଙ୍ଗଝୌ ସଂସ୍କରଣରେ ଭାରତ ୨୯ ସ୍ବର୍ଣ୍ଣ ସମେତ ରେକର୍ଡ ମୋଟ ୧୧୧ ପଦକ ଜିତିଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।