ପାରାଦୀପରେ ପହଁଚିଲେ ଚୀନ ଭାଷା ଅନୁବାଦକ

Aug 28, 2026 - 13:30
ପାରାଦୀପରେ ପହଁଚିଲେ ଚୀନ ଭାଷା ଅନୁବାଦକ

ପାରାଦୀପ : ବିଦେଶୀ ଜାହାଜ ବୁଡି ଘଟଣାର ଫିଟିବ ରହସ୍ୟ । ଉଦ୍ଧାର ହୋଇଥିବା ୨ ଚୀନ ନାଗରିକଙ୍କ ଠାରୁ ତଥ୍ୟ ହାସଲ ପାଇଁ ପାରାଦୀପରେ ଆସି ପହଂଚିଛନ୍ତି ଚୀନ ଭାଷା ଅନୁବାଦକ । କଲକାତା ଚୀନ ବାଣିଜ୍ୟ ଦୂତାବାସରୁ ଆସିଛନ୍ତି ଅନୁବାଦକ । ଗତ ୨୧ ତାରିଖରେ ପାନାମା ପତାକା ପଣ୍ୟବାହୀ ଜାହାଜ ଏମ.ଭି.ଓସେନ ୱିନର ପାରାଦୀପରୁ ଲୁହାପଥର ଗୁଣ୍ଡ ବୋଝେଇ କରି ଚୀନ ଯାଉଥିବା ବେଳେ ଗଭୀର ସମୁଦ୍ରରେ ବୁଡି ଯାଇଥିଲା । ଘଟଣାର ଚାଲିଛି ତଦନ୍ତ । ଉଦ୍ଧାର ହୋଇଥିବା ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି । କିନ୍ତୁ ତାଙ୍କ ଭାଷା ବୁଝି ହେଉନଥିବାରୁ ଦୁଇ ଜଣ ଅନୁବାଦକ ଆସିଛନ୍ତି । ସେମାନେ ପାରାଦୀପରେ ଆସି ପହଞ୍ଚିଛନ୍ତି । ଉଦ୍ଧାର ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ହାସଲ କରିବାରେ ଏମାନେ ସାହାଯ୍ୟ କରିବେ।

ସୂଚନାନୁସାରେ, ଓସେନ ୱିନରରେ ମୋଟ ୨୪ ଜଣ କର୍ମଚାରୀ ଥିଲେ। ଦୁଇ ଜଣଙ୍କୁ ଅଗଷ୍ଟ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା। ଗତକାଲି ସେମାନେ ପାରାଦୀପରେ ପହଞ୍ଚିଥିଲେ। ପଚରା ଉଚରା କରି ତଥ୍ୟ ସଂଗ୍ରହ ପରେ ସେହି ଦୁଇ କର୍ମଚାରୀଙ୍କୁ ଚୀନ ପଠାଯିବ।

୨୧ ତାରିଖରେ ପାରାଦୀପରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂରରେ ବୁଡ଼ି ଯାଇଥିଲା ଓସେନ ୱିନର। ଜାହାଜର ମୋଟ ୨୪ କର୍ମଚାରୀଙ୍କ ମଧ୍ୟରୁ ୨୦ ଜଣ ଚୀନର, ୩ ଜଣ ମିଆଁମାରର ଓ ଜଣେ ବାଂଲାଦେଶୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।