ପୁଅ ଆଗରେ ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ବୃଦ୍ଧ ବାପା
ନନ୍ଦିଘୋଷ ବ୍ୟୁରୋ : ପୁଅ ଆଗରେ ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ବୃଦ୍ଧ ବାପା। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନଦୀ ପାର ହୋଇ ଜଙ୍ଗଲରୁ କାଠ କୋଇଲା ସଂଗ୍ରହ କରିବା ପାଇଁ ଯାଉଥିବାବେଳେ ଅଘଟଣ। ନିଖୋଜ ବୃଦ୍ଧ ହେଲେ ତୁମୁଡ଼ିବନ୍ଧ ଥାନା କଳିସାପଦର ଗାଁର ଅର୍ଜୁନ ମୁଣ୍ଡା । ବୟସ ୬୫ ବର୍ଷ । ପ୍ରତିଦିନ ଭଳି ଗତକାଲି ନିଜ ପୁଅକୁ ସାଙ୍ଗରେ ନେଇ ନିକଟସ୍ଥ ଜଙ୍ଗଲକୁ ବାହାରିଥିଲେ । ବାପ,ପୁଅ ରାହୁଲ ନଦୀ ପାର ହେଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ବାପା ଅର୍ଜୁନ ମୁଣ୍ଡା ଭାସି ଯାଇଥିଲେ । ବାପାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ପୁଅ। ଖବର ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି… ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।