FBIର ୧୦ ମୋଷ୍ଟ ୱାଣ୍ଟେଡ ତାଲିକାରେ ଗୋଲ୍ଡି ବ୍ରାର

Sep 29, 2026 - 07:58
FBIର ୧୦ ମୋଷ୍ଟ ୱାଣ୍ଟେଡ ତାଲିକାରେ ଗୋଲ୍ଡି ବ୍ରାର

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ-FBIର ୧୦ ମୋଷ୍ଟ ୱାଣ୍ଟେଡ ତାଲିକାରେ ସତୀନ୍ଦରଜିତ ସିଂ ଓରଫ ଗୋଲ୍ଡି ବ୍ରାରଙ୍କ ନାଁ। ସଂଗଠିତ ଅପରାଧ, ଟାର୍ଗେଟେଡ କିଲିଂ, ଭୟଭୀତ କରି ଅର୍ଥ ଆଦାୟ କରିବା, ନିଶାଦ୍ରବ୍ୟ ଚୋରାଚାଲାଣ ଆଦି ଅଭିଯୋଗରେ ଏହି ପଦକ୍ଷେପ ନେଇଛି FBI। ଆମେରିକାର ଟପ୍ ଟେନ ମୋଷ୍ଟ ୱାଣ୍ଟେଡ ତାଲିକାରେ ସ୍ଥାନୀତ ଅଭିଯୁକ୍ତଙ୍କ ମଧ୍ୟରେ ୫୪୩ ନମ୍ବର ସ୍ଥାନରେ ସ୍ଥାନୀତ ହୋଇଛି ବ୍ରାର। ୧୯୫୦ରେ ପ୍ରତିଷ୍ଠା ହୋଇଥିଲା FBI। ବ୍ରାର ସମ୍ପର୍କରେ ସୂଚନା ଲାଗି ୧ ନିୟୁତ ଡଲାର ପୁରସ୍କାର ଘୋଷଣା କରିଛି ତଦନ୍ତକାରୀ ସଂସ୍ଥା। ବିଭିନ୍ନ ଦୁର୍ନୀତିଗ୍ରସ୍ତ ସଂଗଠନ, ଷଡ଼ଯନ୍ତ୍ର ଆଦି ଘଟଣାରେ ସେ ସାମିଲ ରହିଥିବା ଅଭିଯୋଗ କରାଯାଇଛି। ବ୍ରାର ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତ ଏବଂ ଜଣେ ବିପଜ୍ଜନକ ଅଭିଯୁକ୍ତ ବୋଲି ଏଫବିଆଇ ଦର୍ଶାଇଛି। ସେ କାଲିଫର୍ଣ୍ଣିଆ ଓ କାନାଡାରେ ବାସ କରୁଥିବା କୁହାଯାଉଛି। କାନାଡାରେ ୨୦୨୩ରେ ହରଦୀପ ସିଂ ନିଜାର ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିବା କୁହାଯାଉଛି।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।