ବର୍ଷା ପାଇଁ ବଢିବ ସ୍କୁଲ ଛୁଟି - ମନ୍ତ୍ରୀ

Sep 24, 2026 - 13:58
ବର୍ଷା ପାଇଁ ବଢିବ ସ୍କୁଲ ଛୁଟି - ମନ୍ତ୍ରୀ

ଭୁବନେଶ୍ୱର : ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ସୂଚନା । ପ୍ରଭାବିତ ଜିଲ୍ଲା ଗୁଡିକରେ ଗଭୀର ଅବପାତ ଯୋଗୁଁ ଲଗାଣ ବର୍ଷା ପାଇଁ ଆହୁରି ବଢିପାରେ ସ୍କୁଲ ଛୁଟି । ଆବଶ୍ୟକ ପଡ଼ିଲେ ଆଉ ଦିନେ କିମ୍ବା ଦୁଇଦିନ ସ୍କୁଲ ବନ୍ଦ ରଖାଯାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାନୁସରେ, ଗଭୀର ଅବପାତ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗତ ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ଯାଏଁ ଖୋର୍ଦ୍ଧା ସମେତ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ଜିଲ୍ଲା ଗୁଡିକରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ତେବେ ବର୍ଷା ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ଛୁଟି ଆହୁରି ବଢ଼ାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

ବାରମ୍ବାର ଅତ୍ୟଧିକ ବର୍ଷା ଯୋଗୁଁ ସ୍କୁଲ ବନ୍ଦ ରହୁଥିବାରୁ ଶିକ୍ଷାବର୍ଷ ପ୍ରଭାବିତ ହେଉଛି । ପିଲାଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ତେବେ ପାଠପଢ଼ାରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଆବଶ୍ୟକ ପଡ଼ିଲେ ଅତିରିକ୍ତ କ୍ଲାସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । 

ଗଭୀର ଅବପାତ ଯୋଗୁଁ ବିଶେଷକରି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ବର୍ଷାରେ ପ୍ରଭାବିତ ହୋଇଛି । ପାଣିପାଗ ପରିସ୍ଥିତି ଓ ସ୍ଥାନୀୟ ସ୍ଥିତିକୁ ଆଧାର କରି ସ୍କୁଲ ଛୁଟି ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ।

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।