ପୋଖରୀରେ କୁମ୍ଭୀର ଗତ ତିନି ଦିନ ଧରି ଲୁଚିବସିଥିଲା

Aug 12, 2026 - 20:22
ପୋଖରୀରେ କୁମ୍ଭୀର ଗତ ତିନି ଦିନ ଧରି ଲୁଚିବସିଥିଲା

ମାଲକାନଗିରି: ମାଲକାନଗିରି ଏମ୍‌ଭି (ମାଲକାନଗିରି ଭିଲେଜ୍‌) ୧୦୪ ଗାଁର ଏକ ଘରୋଇ ପୋଖରୀରେ କୁମ୍ଭୀର ଗତ ତିନି ଦିନ ଧରି ଲୁଚିବସିଥିଲା। ପୋଖର‌ୀକୁ ଆସୁଥିବା ହଂସଗୁଡ଼ିକୁ ଖାଇଯାଉଥିଲା। ଏଭଳି ଶତାଧିକ ହଂସ ଖାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଡ଼ିଓ ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେସ୍‌ ଭାଇରାଲ୍‌ ହୋଇଥିଲା। ଶେଷରେ ଲୁଚିଥିବା କୁମ୍ଭୀରକୁ ବନ ବିଭାଗ ବାହାର କରିଛି। କୁମ୍ଭୀରର ଆକାର ତୁଳନାରେ ଏତେ ସଂଖ୍ୟକ ହଂସ ଓ ମାଛ କିଭଳି ଖାଇଲା ତାକୁ ନେଇ ବନବିଭାଗର ବିଶେଷଜ୍ଞ ଓ କର୍ମଚାରୀମାନେ ଚକିତ ହୋଇଛନ୍ତି।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବନାଞ୍ଚଳରେ ଥିବା ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗ୍ରାମରେ ଥିବା ଏକ ପୋଖରୀରେ ଗୋଟିଏ କୁମ୍ଭୀର କେଉଁ ଆଡରୁ ଚାଲି ଆସି ଶତାଧିକ ହଂସ ଖାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।

ସୂଚନା ପାଇ ବନ ବିଭାଗ ତତ୍ପରତା ଦେଖାଇଥିଲା। ଗତ ତିନି ଦିନ ଧରି ବନ ବିଭାଗ କୁମ୍ଭୀରକୁ କାବୁ କରିବାକୁ ନାକେଦମ ହୋଇଥିଲା। ଆଜି ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ବନ ବିଭାଗର କର୍ମଚାରୀ ସହ ସ୍ଥାନୀୟ ଜନସାଧାରଣ କୁମ୍ଭୀରକୁ କାବୁ କରିବା ପାଇଁ ପଣ କରି ପୋଖରୀକୁ ଓହ୍ଲାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।