ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ
ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ କରି ବାଇକ୍ ଲୁଟିନେଲେ ଦୁର୍ବୃତ୍ତ ।
ତେବେ ବାଇକ ନେବା ବେଳେ ଯୁବକଙ୍କୁ ଗୁଳି କରି ଭୟଭୀତ କରାଇଲେ। ତେବେ ଗୁଳିମାଡ଼ରେ ଯୁବକ ଜଣଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।