ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍ ଟ୍ରାକ୍ କରି ତନାଘନା ଚଳାଇଛି ପୋଲିସ
ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ ଶୁକ୍ରବାର ରାତିରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଏସ୍ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ରବିବାର ଭୁବନେଶ୍ୱର ନିକଟରେ ପୋଲିସ ଅପହରଣକାରୀ ଟିମ୍ର ଲୋକେସନ୍ ଟ୍ରାକ୍ କରିଥିବା ଜଣାପଡିଛି। ତେବେ କେଉଁ କାରଣରୁ ତାଙ୍କୁ ଅପହରଣ କରାଯାଇଛି ସ୍ପଷ୍ଟ ହୋଇନାହିଁ। ପୋଲିସ ତାଙ୍କୁ ଉଦ୍ଧାର କରିବାକୁ ତନାଘନା ଚଳାଇଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।