Big Breakthrough in Narendra Sahu Missing Case: ବ୍ୟବସାୟୀ ନିଖୋଜ, ଟୋଲ୍‌ଗେଟରେ ମିଳିଲା ଗାଡ଼ି; ଅପହରଣ ନେଇ ବଢ଼ିଲା ସନ୍ଦେହ

Aug 15, 2026 - 12:09
Big Breakthrough in Narendra Sahu Missing Case: ବ୍ୟବସାୟୀ ନିଖୋଜ, ଟୋଲ୍‌ଗେଟରେ ମିଳିଲା ଗାଡ଼ି; ଅପହରଣ ନେଇ ବଢ଼ିଲା ସନ୍ଦେହ

ବଲାଙ୍ଗୀର ସହରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ନିଖୋଜ ଘଟଣାରେ ବଡ଼ ଖୁଲାସା। ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହା ପଛରେ ଝାଡ଼ଖଣ୍ଡ ଲିଙ୍କ ଥିବା ପୋଲିସ ସନ୍ଦେହ କରିଛି । ବଲାଙ୍ଗୀର-ସୋନପୁର ଟୋଲ ଗେଟରେ ନରେନ୍ଦ୍ରଙ୍କ ଚାରିଚକିଆ ଗାଡି ଠାବ କରାଯାଇଛି। ଘଟଣାରେ ଝାଡଖଣ୍ଡର ଏକ ଗାଡ଼ିର ସଂପୃକ୍ତି ଥିବା ପୋଲିସ ସନ୍ଦେହ କରିଛି।

ଗତକାଲି ଠାରୁ ନରେନ୍ଦ୍ର ସାହୁ ନିଖୋଜ ରହିଛନ୍ତି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି ।.... 

ଅପହରଣ ପଛରେ ଝାଡ଼ଖଣ୍ଡ ଲିଙ୍କ୍ !
ବ୍ୟବସାୟୀ ନରେନ୍ଦ୍ର ସାହୁ ନିଖୋଜ 
ଗତକାଲି ଠାରୁ ନିଖୋଜ ନରେନ୍ଦ୍ର 
ସୋନପୁର ଟୋଲ୍ ଗେଟ୍ ଠାରେ ନରେନ୍ଦ୍ରଙ୍କ ଗାଡ଼ି ଠାବ   
ଝାଡଖଣ୍ଡର ଏକ ବୋଲେରୋ ଗାଡ଼ି ସଂପୃକ୍ତି ଥିବା ସନ୍ଦେହ   
ତଦନ୍ତକୁ ଜୋରଦାର କରିଛି ପୋଲିସ   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।