ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

Sep 06, 2026 - 18:51
ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ ଫୁଟବଲ ଖେଳ ଚାଲିଥିବା ବେଳେ ହଠାତ୍‌ ବଜ୍ରପାତ ଘଟିଥିଲା। ଏଥିରେ ଖେଳ ଦେଖୁଥିବା କାଲୋଷିହିରିଆ ମିଞ୍ଜ ବସ୍ତିର ସୁନୀଲ ମିଞ୍ଜଙ୍କ ୧୫ ବର୍ଷୀୟା ପୁଅ ଅମିତ ମିଞ୍ଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏପରକି କାଲୋଷିହିରିଆ ସାଧୋ ବସ୍ତିର ସମୀର ର୍ତିକୀ(୧୬) ଏବଂ ସାନ କାଲୋଷିହିରିଆ ଗ୍ରାମର କୁଷ୍ଠ ଗଞ୍ଝୁ(୧୫) ଗୁରୁତର ଆହତ ହୋଇ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିସ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଅମିତଙ୍କ ମୃତଦେହ ଜବତ କରି ରାଉରକେଲା ଶବାଗାରରେ ରଖିଛି। ଏ ନେଇ ବୀରମିତ୍ରପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩୮/୨୬) ରୁଜୁ ହୋଇଛି। ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।