ବରଗଡ଼ରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଚାଷୀ
ନନ୍ଦିଘୋଷ ବ୍ୟୁରୋ : ବରଗଡ଼ରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ। ଚାଷୀଙ୍କ ସମସ୍ୟା ନେଇ ଗର୍ଜିଲା ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସଙ୍ଗଠନ ସମିତି। ବରଗଡ଼ ଗାନ୍ଧୀଛକରୁ ଏକ ରାଲୀରେ ଚାଷୀ ମାନେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲୋ। ଚାଷୀ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ଅନେକ ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ନାରାବାଜୀ ପ୍ରଦର୍ଶନ କରିଥିଲେ।
ମୁଖ୍ୟତଃ ଏଗ୍ରିଷ୍ଟେକ୍ ପଞ୍ଜିକରଣକୁ ବାଧ୍ୟତାମୂଳକ ନକରିବା, ପଞ୍ଜିକରଣ ପାଇଁ ଅଧିକ ସମୟ ଦେବା ଏବଂ ଜମିଜମା ସମସ୍ୟାର ଶୀଘ୍ର ସମାଧାନ କରି ପ୍ରକୃତ ଜମି ମାଲିକଙ୍କୁ ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଛି। ସରକାର ଦାବୀ ଗୁଡ଼ିକୁ ପୂରଣ ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।