ବାୟୁସେନା ରୁ ସ୍ବେଚ୍ଛାକୃତ ଅବସର ନେଇ ଅଭିନନ୍ଦନ ଉଡାଇବେ ଘରୋଇ ବିମାନ

Sep 03, 2026 - 12:26
ବାୟୁସେନା ରୁ ସ୍ବେଚ୍ଛାକୃତ ଅବସର ନେଇ ଅଭିନନ୍ଦନ ଉଡାଇବେ ଘରୋଇ ବିମାନ

ନୂଆଦିଲ୍ଲୀ : ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନ । ସାମ୍ନାକୁ ଆସିଛି ଏକ ବଡ଼ ଖବର । ସ୍ବେଚ୍ଛାକୃତ ଭାବରେ ବାୟୁସେନାରୁ ଅବସର ନେଇ ଉଡାଇବେ ଘରୋଇ ବିମାନ। ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ତ୍ତମାନ ଗତ ଅଗଷ୍ଟ ମାସରେ ଗୋଆ ଭିତ୍ତିକ ଆଞ୍ଚଳିକ ବିମାନ ସେବା FLY91 ରେ ଜଣେ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି । ତେବେ ଏହି ନିଯୁକ୍ତିକୁ ନେଇ ଏୟାରଲାଇନ୍ସ କର୍ତ୍ତୃପକ୍ଷ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦେଇନାହାନ୍ତି ।
ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ, କର୍ମଚାରୀମାନଙ୍କର ବ୍ୟକ୍ତିଗତ ସୂଚନା ସେମାନଙ୍କର ଗୋପନୀୟ ମାମଲା ଏବଂ ଏହା ଉପରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ । Fly91 ମାର୍ଚ୍ଚ ୨୦୨୪ରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହାର ୬ଟି ବିମାନର ଏକ ଫ୍ଲିଟ ଅଛି। ବିମାନ କମ୍ପାନୀ ଦୁଇଟି ଗୋଆ ଏବଂ ହାଇଦ୍ରାବାଦ ହବରୁ କାର୍ଯ୍ୟ କରେ।

ସୂଚନାନୁସାରେ, ୨୦୧୯ରେ ପାକିସ୍ତାନ ସହିତ ହୋଇଥିବା ଆକାଶମାର୍ଗ ଯୁଦ୍ଧ ସମୟରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରି ନିଜର ମିଗ୍-୨୧ ରେ ଯାଇ ପାକିସ୍ତାନର ଅତି ଆଧୁନିକ F-16 ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ୨୬ ଫେବୃଆରୀ ୨୦୧୯ ମସିହାରେ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ପରବର୍ତ୍ତୀ ସମୟରେ, ପାକିସ୍ତାନ ଭାରତ ବିରୋଧରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା। ୨୭ ଫେବୃଆରୀରେ ପାକିସ୍ତାନ ଆକ୍ରମଣ ପାଇଁ ଯୁଦ୍ଧ ବିମାନ ନିୟୋଜିତ କରିଥିଲା, କିନ୍ତୁ ଭାରତୀୟ ବାୟୁସେନା ସେମାନଙ୍କୁ ପ୍ରତିହତ କରିଥିଲା। ଏହି କାର୍ଯ୍ୟ ସମୟରେ, ଅଭିନନ୍ଦନ ତାଙ୍କର MiG-21 ବ୍ୟବହାର କରି ଏକ ପାକିସ୍ତାନୀ F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିଲେ। କିନ୍ତୁ ଏହି ପ୍ରକ୍ରିୟାରେ ତାଙ୍କ ନିଜ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ପାକିସ୍ତାନ ହେପାଜତକୁ ନେଇଥିଲା। କିନ୍ତୁ ଭାରତ ସରକାରଙ୍କ ଚାପ ପରେ ତିନି ଦିନ ପରେ ମୁକ୍ତ କରାଯାଇଥିଲା।

୨୦୨୧ ମସିହାରେ ଅଭିନନ୍ଦନଙ୍କୁ ବୀରଚକ୍ର ପ୍ରଦାନ କରାଯାଇଥିଲା । ବୀରଚକ୍ର ହେଉଛି ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ସାହସିକତା ପୁରସ୍କାର । ‘କର୍ତ୍ତବ୍ୟ ପ୍ରତି ଅସାଧାରଣ ସମର୍ପଣ’ ପ୍ରଦର୍ଶନ କରିବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।