ବିଜେପି ର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ

Aug 31, 2026 - 15:52
ବିଜେପି ର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର : ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ବିଜେପି ର ୨ଦିନିଆ କାର୍ଯ୍ୟକାରିଣୀ ବୈଠକ । ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ଥର ଢେଙ୍କାନାଳ ରେ ବୈଠକ ଅନୁଷ୍ଠିତ ହେବ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ବିଭୁତି ପ୍ରଧାନ । ତେବେ ବୈଠକର ସ୍ଥାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ ।

ନିର୍ବାଚନ ପାଇଁ ଦଳ ପକ୍ଷରୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବା ସହ ସାଙ୍ଗଠନିକ ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିଶେଷକରି ପଞ୍ଚାୟତ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।