ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ: ମାନସ ରଞ୍ଜନ ମଙ୍ଗରାଜ

Oct 30, 2026 - 11:29
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ: ମାନସ ରଞ୍ଜନ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ। ବାତ୍ୟା ଅର୍ଣ୍ଣବ ପରିଚାଳନାରୁ ଏହା ସ୍ପଷ୍ଟ ହୋଇଛି। ପୂରା ସରକାର ଓ ସରକାରୀ କଳ ମାଲକାନଗିରିକୁ ଫୋକସ କରିଥିବା ବେଳେ, ଗଞ୍ଜାମ ଓ ଗଜପତିରେ ବନ୍ୟା ହେଲା। କାରଣ ମହାନଦୀ ଉପରେ ସରକାର ନଜର ରଖିଥିବା ବେଳେ, ଗଞ୍ଜାମ ଓ ଗଜପତିକୁ ବୁଡ଼ାଇ ଦେଲା ଋଷକୂଲ୍ୟା। ସରକାରଙ୍କ ପୂର୍ବାନୁମାନ ସଂପୂର୍ଣ୍ଣ ଫେଲ ହୋଇଛି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଋଷିକୂଲ୍ୟାରେ ବଡ଼ ବନ୍ୟା ପାଣି ଆସୁଥିବା ବେଳେ ପ୍ରଶାସନ ପୂର୍ବାନୁମାନ ନ କରିପାରିବା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି। ଯାହାକୁ ନେଇ ବିଜେଡି ସଂସଦୀୟ ଦଳର ନେତା ମାନସ ରଞ୍ଜନ ମଙ୍ଗରାଜ ଉଦବେଗ ପ୍ରକାଶ କରି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

 

ସରକାର ନିଜ ଦୋଷ ଓ ଦୁର୍ବଳତାକୁ ନମାନି ଅନ୍ୟ ଉପରେ ଦୋଷ ଦେଇ ପାରିବେ ନାହିଁ ବୋଲି କହିଛନ୍ତି ମାନସ। ରାଜ୍ୟରେ ଏଭଳି ବିପର୍ଯ୍ୟୟ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି। ବିପର୍ଯ୍ୟୟ ବିଫଳତାକୁ ନସୁଧାରି ସରକାର ବିପର୍ଯ୍ୟୟ ସମୟରେ ବାହାବା ନେବାକୁ ପଛାଉନାହାନ୍ତି ବୋଲି କହିଛନ୍ତି ମାନସ ମଙ୍ଗରାଜ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।