PM Kisan 24th Installment: ଚାଷୀଙ୍କ ପାଇଁ ଖୁସି ଖବର! ଆଜି ଖାତାକୁ ଆସିବ PM Kisanର ୨୪ତମ କିସ୍ତି ଟଙ୍କା
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା।
ହିତାଧିକାରୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି।
ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରୁ ଦେଶର ଚାଷୀଙ୍କ ଖାତାକୁ କିସ୍ତି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହାଦ୍ୱାରା ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।
ରାଜ୍ୟର ଚାଷୀଙ୍କ ଖାତାକୁ ୭୦୦ କୋଟିରୁ ଅଧିକ ଟଙ୍କା ଯିବା ନେଇ ସୂଚନା ରହିଛି।
Advertisment ପିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
ଏହି ଯୋଜନାର ପରବର୍ତ୍ତୀ କିସ୍ତିକୁ ନେଇ ଚାଷୀଙ୍କ ମଧ୍ୟରେ ଅପେକ୍ଷା ରହିଥିବା ବେଳେ ଆଜି ମିଳିବ ୨୪ତମ କିସ୍ତି।
ଗୁଜରାଟର ବନାସକାଣ୍ଠାରେ ହେବାକୁ ଥିବା ଜାତୀୟସ୍ତରୀୟ କାର୍ଯ୍ୟକ୍ରମରୁ ଡିଜିଟାଲ୍ ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଇବେ ପିଏମ୍।
ଏପଟେ ଓଡ଼ିଶାରେ ମଧ୍ୟ ଏହି ଅବସରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ।
ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ସକାଳ ୯ଟାରେ ଏହି କାର୍ଯ୍ୟକ୍ରମ ହେବ।
ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେ.ଭି.
ସିଂଦେଓ ଯୋଗଦେବେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।