ବିବାଦ ତୁଟାଇବାକୁ ଯାଇ ଜ୍ୱାଇଁ ଆକ୍ରମଣରେ ଶ୍ୱଶୁର ମୃତ
କୁଚିଣ୍ଡା : ଝିଅ-ଜ୍ୱାଇଁ କଳିରେ ବଳିପଡ଼ିଗଲେ ଶ୍ୱଶୁର । ଘରୋଇ କଳହ ସମାଧାନ କରିବାକୁ ଆସି ଜ୍ୱାଇଁ କଟୁରୀ ଚୋଟରେ ଶ୍ଵଶୁରଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁ ରେ ଘଟିଛି ଏଭଳି ନାରକୀୟ କାଣ୍ଡ । ମୃତ ଶ୍ୱଶୁର ହେଲେ କାଲୋ କଚ୍ଛପଏବଂ ଅଭିଯୁକ୍ତ ଜ୍ୱାଇଁ ହେଉଛି ଆନ୍ଥୋନୀ ପୋଲିସ । ଘଟଣା ଘଟାଇବା ପରେ ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଥିଲା । ଆଉ ମାରପିଟ ଯାଏଁ କଥା ଯାଇଥିଲା । ଏହି ବିବାଦ ସଂପର୍କରେ ଖବର ପାଇ ଶ୍ୱଶୁର କାଲୋ କଚ୍ଛପ ଝିଅ ଘରକୁ ଆସିଥିଲା । ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ଜ୍ୱାଇଁଙ୍କ ସହ ବଚସା ହେବାରୁ ଅଭିଯୁକ୍ତ ଜ୍ୱାଇଁ ଏକ କଟୁରୀ ଆଣି ଶ୍ୱଶୁରଙ୍କୁ ଆକ୍ରମଣ କରିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେପଟେ ତ୍ମସମର୍ପଣ କରିଥିବା ଜ୍ୱାଇଁଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।