ବିଶ୍ୱର ଟପ୍-୩ ଧନୀ କ୍ରିକେଟର, ନେଟ୍ୱର୍ଥ ଜାଣିଲେ ଉଡିଜିବ ହୋସ୍
ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ ଇଣ୍ଡଷ୍ଟ୍ରିରେ ପରିଣତ ହୋଇଛି। ବିଶ୍ୱର ଅନେକ ଦିଗ୍ଗଜ କ୍ରିକେଟର ଚମତ୍କାର ପ୍ରଦର୍ଶନ କରିବା ସହ ବିଜ୍ଞାପନ, ବ୍ୟବସାୟ ଓ ବିନିଯୋଗ ମାଧ୍ୟମରେ ମଧ୍ୟ ଅପାର ସମ୍ପତ୍ତି ଅର୍ଜନ କରିଛନ୍ତି।
ସବୁଠାରୁ ବିଶେଷ କଥା ହେଉଛି, ବିଶ୍ୱର ତିନି ଜଣ ସବୁଠାରୁ ଧନୀ କ୍ରିକେଟରଙ୍କ ତାଲିକାରେ ଭାରତୀୟ ଖେଳାଳିମାନେ ଶୀର୍ଷ ସ୍ଥାନରେ ରହିଛନ୍ତି। ଆସନ୍ତୁ ଜାଣିବା ସେମାନେ କିଏ ଏବଂ ସେମାନଙ୍କ ଆୟର ପ୍ରମୁଖ ଉତ୍ସ କ’ଣ।
ଏହି ତାଲିକାରେ ସେହି କ୍ରିକେଟରମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ନିଜ ରୋଜଗାର ବଳରେ କୋଟିପତି ଓ ଅରବପତି ସ୍ତରର ସମ୍ପତ୍ତି ସୃଷ୍ଟି କରିଛନ୍ତି। ଅଜୟ ଜାଡେଜା ମଧ୍ୟ ସବୁଠାରୁ ଧନୀ କ୍ରିକେଟରଙ୍କ ତାଲିକାରେ ଅଛନ୍ତି, କିନ୍ତୁ ତାଙ୍କ ସମ୍ପତ୍ତିର ବଡ଼ ଅଂଶ ଉତ୍ତରାଧିକାର ସୂତ୍ରରେ ମିଳିଛି। ଅନ୍ୟପଟେ ବିରାଟ କୋହଲି, ସଚିନ ତେନ୍ଦୁଲକର ଓ ଏମ ଏସ୍ ଧୋନୀ ନିଜ କ୍ରିକେଟ କ୍ୟାରିୟର, ବ୍ୟବସାୟିକ ବିନିଯୋଗ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ଅନ୍ୟାନ୍ୟ ଉପାୟରେ ନିଜ ସମ୍ପତ୍ତିରେ ଅନେକ ‘ଶୂନ’ ଯୋଡ଼ିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।