ଅଧାପନ୍ତରିଆ ଅବସ୍ଥାରେ ବେଲଭ୍ୟୁ ପାର୍କ ଓ ଫୁଡ଼କୋର୍ଟ

Oct 12, 2026 - 18:43
ଅଧାପନ୍ତରିଆ ଅବସ୍ଥାରେ ବେଲଭ୍ୟୁ ପାର୍କ ଓ ଫୁଡ଼କୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଲୋକେ ସୁନ୍ଦର ପରିବେଶ ପାଇବେ, ଆର୍ଥିକ ସ୍ବଚ୍ଛଳ ହେବେ । କଟକ ସହରରେ ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଅନେକ ଉନ୍ନତିମୂଳକ କାର୍ଯ୍ୟ ଏବେ ଅଧାପନ୍ତରିଆ ଅବସ୍ଥାରେ । ବେଲଭ୍ୟୁ ପାର୍କ ଓ ଫୁଡ଼କୋର୍ଟ ଏହାର ଜ୍ବଳନ୍ତ ଉଦାହରଣ । କାମ ଅଟକି ଯିବା ଯୋଗୁଁ କୋଟି କୋଟି ଟଙ୍କା ଏବେ ପାଣିରେ ପଡିବା ସଦୃଶ । ୭ କୋଟି ଟଙ୍କା ବ୍ୟୟବରାଦରେ ଏହି ସୁନ୍ଦର ପାର୍କଟିର ଅଧାରୁ ଅଧିକ କାମ ସରିଥିଲା । ଆଉ ଫୁଡକୋର୍ଟ ପାଇଁ କଣ୍ଟେନର ସବୁ ପଡି ଯାଇଥିଲା । ହେଲେ ସରକାର ବଦଳିଲା ସହ କାମ ମଧ୍ୟ ଅଟକି ଗଲା ।

ଏଥିରେ ଓପନ୍ ଜିମ ସାଙ୍ଗକୁ ୱାକିଂ ଟ୍ରାକ୍ ,ପିଲାଙ୍କ ପାଇଁ ଖେଳିବା ବ୍ୟବସ୍ଥା ଥିଲା। କାଠଯୋଡ଼ି କୂଳରେ ଏକ ସୁନ୍ଦର ଯୋଗାଯୋଗ ସ୍ଥାନରେ ଏହି ପାର୍କଟି ହେଉଥିବାରୁ ଏଠାରେ ଏକ ଫୁଡକୋର୍ଟର ପରିକଳ୍ପନା କରାଯାଇଥିଲା। ଏପରିକି କେତେକ ଫୁଡ ଷ୍ଟଲ୍ କଣ୍ଟେନର ଆଣି ରଖାଯାଇଥିଲା । ପରେ କିନ୍ତୁ ସରକାର ବଦଳିଗଲା ଓ ବେଲଭ୍ୟୁ ପାର୍କ ଓ ଫୁଡ଼ କୋର୍ଟର ଭାଗ୍ୟ ମଉଳିଗଲା। ସାଧାରଣ ଲୋକ ତୁରନ୍ତ ଏହାର କାମ ଶେଷ କରିବାକୁ ଦାବି କରିଥିବା ବେଳେ ମେୟର କହିଛନ୍ତି ଯେ, “ସରକାର ଅନୁଦାନ ବନ୍ଦ କରିଥିଲେ ଓ ଆଲୋଚନା ପରେ ଏବେ କାମ ଆରମ୍ଭ କରିବାକୁ ରାଜି ହୋଇଛନ୍ତି।

ଏଥିରେ ୨ ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ସୁଦ୍ଧା ପାର୍କ ଏବେ ଜଙ୍ଗଲ ଭଳି ପଡିଛି। ନିଶାଖୋର ଅସାମାଜିକ ଯୁବକମାନେ ଏଠାରେ ଆଡ୍ଡା ଜମାଉଛନ୍ତି । ଲାଗିଥିବା ଜିନିଷ ସବୁ ଭାଙ୍ଗିରୁଜି ଗଲାଣି”। ଏଭଳି ଏକାଧିକ ପ୍ରକଳ୍ପ ଅବହେଳିତ ଅବସ୍ଥାରେ ରହିଥିବା ମେୟର କହିଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ସରକାର ରାଜି ହୋଇ ଅନୁଦାନ ମଞ୍ଜୁର କରିଛନ୍ତି । ସେପଟେ ଅଟକିଥିବା କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ କରିବାକୁ ଦାବି କରିଛନ୍ତି କଟକ ସହରବାସୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।