ଭାଇରାଲ ଲୁକ
ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିଙ୍ଗ୍'ର ଏକ ନୂତନ ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେହିଭଳି ଉକ୍ତ ଫିଲ୍ମଟି ଆସନ୍ତା ଡିସେମ୍ବର ୨୪ରେ ରିଲିଜ ହେବାନେଇ ମଧ୍ୟ ଘୋଷଣା ହୋଇଛି । ଇନ୍ଷ୍ଟାଗ୍ରାମ୍ରେ ନୂଆ ପୋଷ୍ଟର ସେୟାର କରି ଶାହରୁଖ୍ " ଆଜ୍ ଫିର୍ ୟାଦ୍ ଆୟା... କାତିଲ୍ ନେହିଁ... ଆଶିକ୍ ହୁଁ " ବୋଲି ଏକ ଦମଦାର୍ କ୍ୟାପସନ୍ ଲେଖିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଶାହରୁଖ ପ୍ରଥମ ଥର ପାଇଁ ନିଜ ଝିଅ ସୁହାନା ଖାନ୍ଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଶାହରୁଖଙ୍କ ନୂଆ ଅବତାର ଏହି ପୋଷ୍ଟରରେ ଦେଖିବାକୁ ମିଳିଛି । ଫ୍ୟାନମାନେ କିଙ୍ଗଖାନଙ୍କର ଏହି ନୂଆ ଅବତାରକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ସୂଚନା ଅନୁସାରେ ସୁହାନା ୨୦୨୩ ମସିହାରେ 'ଦି ଆର୍ଚିଜ୍' ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ବ୍ୟାନରରେ ଗୌରୀ ଖାନ୍, ସିଦ୍ଧାର୍ଥ ଆନନ୍ଦ ଓ ମମତା ଆନନ୍ଦଙ୍କ ଦ୍ୱାରା ପ୍ରଯୋଜିତ ଏହି ହାଇ-ଭୋଲ୍ଟେଜ୍ ସିନେମାରେ ଶାହରୁଖ ଓ ସୁହାନାଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଅନିଲ କପୁର, ଜ୍ୟାକି ଶ୍ରଫ୍, ରାଣୀ ମୁଖାର୍ଜୀ, ଜୟଦୀପ ଅହଲାବତ, ଅର୍ଶଦ ୱାର୍ସି ଏବଂ ରାଘବ ଜୁୟାଲଙ୍କ ଭଳି ଅନେକ ନାମୀଦାମୀ କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।